ନୂତନ ଉପ-ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର – ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନୂତନ ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ନୂତନ ଢାଞ୍ଚାରେ ବିଭିନ୍ନ ବହି ଓ ପତ୍ରିକା ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ମଞ୍ଚର ସଭାପତି ସୋମନାଥ ନାୟକ, ଉପ-ସଭାପତି ଇଞ୍ଜିନିୟର ପ୍ରଭାତ ଚନ୍ଦ୍ର ତରାସିଆ, ସମ୍ପାଦକ ରବୀନ୍ଦ୍ର ଆଚାର୍ଯ୍ୟ, ସହ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କୋଷାଧ୍ୟକ୍ଷ ବ୍ରଜଗୋପାଳ ମହାରଣା ଓ କାର୍ଯ୍ୟକାରୀ ସଦସ୍ୟ ହରିକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ମଞ୍ଚର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସେହିପରି ବରିଷ୍ଠ ନାଗରିକମାନଙ୍କୁ N.A.C. ଭିତରେ ଏକ ଚିତ୍ତବିନୋଦନ କେନ୍ଦ୍ର ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦେବା ପାଇଁ ଦାବି କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୬/୨୦୨୨---୧୨,୩୫ Sakhigopal News,25/6/2022