Breaking News

କାଜୁ ଜଙ୍ଗଲ ରୁ ଯୁବକଙ୍କର ମୃତ୍ୟୁ ଶବ ଉଦ୍ଧାର

The body of a young man was recovered from a cashew forest
କଟକ--- ବାରଙ୍ଗ ଥାନା ନେତଲ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲ ରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ନାମ ଗୋପାଳ ନାୟକ । ତାଙ୍କ ଘର ଜଟଣୀ ଥାନା ଅଧିନ ନୂଆଗାଁ ବୋଲି ଜଣାପଡ଼ିଛ । ଉକ୍ତ ବ୍ୟକ୍ତି ଜଣକ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମରେ ତାଙ୍କ ଶଶୁର ଘରେ ରହୁଥିଲେ ।  ବାଆଁରା ଗ୍ରାମ ନିକଟସ୍ଥ ଏକ ଘରୋଇ ମେଡିକାଲରେ ସୁଇପର ଭାବେ କାମ କରନ୍ତି । ଗତକାଲି ସକାଳୁ ଘରୁ କାମ କରିବାକୁ କହି ଆସିଥିଲେ । ସନ୍ଧ୍ୟାରେ ଘରକୁ ନଫେରିବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ।  ତାଙ୍କର  ସ୍କୁଟି ଗାଡି ପାଇ ପୋଲିସ କୁ ଖବର ଦେଇଥିଲେ । ଗତକାଲି ରାତି ହୋଇଯିବାରୁ ଖୋଜା ଖୋଜି ପାଇଁ ବାଧା ସୃଷ୍ଟି ହୋଇଥିଲା ।  ପୋଲିସ ଗାଡିଟିକୁ ଜବତ କରି ଗୋଡିସାହି ଫାଣ୍ଡି କୁ  ଖବର ଦେଇଥିଲେ । ଆଜି ସକାଳୁ ପରିବାର ଲୋକେ ଖୋଜା ଖୋଜି କରିବା ବେଳକୁ ନେତଲ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ତାଙ୍କ ମୃତ ଦେହ ପାଇଥିଲେ । ପରିବାର ଲୋକେ ଦେଖିବା ପରେ ଗୋପାଳ ନାୟକ ଙ୍କୁ କେହି ମାରି ଫିଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଘଟଣାସ୍ଥଳରେ ପୋଲିସ ପହଁଚିିଶବ ଜବତ କରି   ବାରଙ୍ଗ ଥାନା  କେସ ନ ୪ /୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଥାନା ଅଧିକାରୀ ଆକାଶ ରଣାଙ୍କ ଠାରୁ ସୁଚନା ମିଳିଛି ।  କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୩/୬/୨୦୨୨---୧,୩୦  Sakhigopal News,23/6/2022

Blog Archive

Popular Posts