Breaking News

ୟୁ ବି ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ ରେ ନୂତନ ଡିଜିଟାଲ ପ୍ରୋଜେକ୍ଟର୍ ଲାଗିଲା


At UB High School, my school campaign launched a new digital projector.

ଭଞ୍ଜନଗର :  ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ରେ ନୂତନ ଡିଜିଟାଲ ପ୍ରୋଜେକ୍ଟର୍ ସଂସ୍ଥାପିତ ( ଇନ୍ ଷ୍ଟଲ୍ ) ହୋଇଯାଇଛି। ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଏହି ପୁରାତନ ଶିକ୍ଷାନୁଷ୍ଠାନ ର ୧୯୮୩ ମାଟ୍ରିକ ବ୍ଯାଚ୍ ର ଆଲୁମ୍ନୀ ( ପୁରାତନ ଛାତ୍ର ଗଣ) ଙ୍କ ଦ୍ଵାରା ପ୍ରଦତ୍ତ ୫୦,୦୦୦ଟଙ୍କା ଏବଂ ମୋ ସ୍କୁଲ ଅଭିଯାନ , ଓଡ଼ିଶା ସରକାର ଙ୍କ ଦ୍ଵାରା ପ୍ରଦତ୍ତ ମ୍ଯାଚିଙ୍ଗ୍ ଗ୍ରାଣ୍ଟ୍ ୧୦୦,୦୦୦ ଟଙ୍କା ଅର୍ଥାତ୍ ମୋଟ ୧,୫୦,୦୦୦ ଟଙ୍କା ବ୍ୟୟରେ ଏକ ନୂତନ ଡିଜିଟାଲ ପ୍ରୋଜେକ୍ଟର୍ ସଂସ୍ଥାପିତ ( ଇନ୍ ଷ୍ଟଲ୍ ) ହୋଇଯାଇଛି। ଏହି ଅବସରରେ ଏହା ର ଉପଯୋଗ କିପରି କରାଯିବ, ତାହା ସମ୍ବନ୍ଧିତ ତାଲିମ୍ ପ୍ରଦାନ କାରୀ ଭାବେ ଶ୍ରୀ ରଂଜନ କୁମାର ସାହୁ, ଟେକ୍ନିସିଆନ୍ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ, କେଦାରନାଥ ସେଠୀ, ପ୍ରଶାନ୍ତ କୁମାର ପ୍ରଧାନ, ଶଙ୍କର ପ୍ରସାଦ ପଟ୍ଟନାୟକ , ଅମିତ୍ ବେହେରା , ସନ୍ତୋଷ କୁମାର ବେହେରା ,  ସି ଆର ସି ସି ମୋହନ ସାହୁ ଓ ଶ୍ୟାମା ପ୍ରସାଦ ମିଶ୍ର ପ୍ରମୁଖଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ
ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଲୁମିନି ମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ଦାଶ, କୃଷ୍ଣ ଚନ୍ଦ୍ର ବିଷୋୟୀ, ସନ୍ତୋଷ କୁମାର ଶରାଫ୍, ଲକ୍ଷ୍ମୀ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ। ଏହା ମାଧ୍ୟମରେ ଶିକ୍ଷାଦାନ ଖୁବ ସରସ, ସୁନ୍ଦର,ସରଳ , ସାବଲୀଳ ତଥା ଚିତ୍ତାକର୍ଷକ ହେବ ବୋଲି ଆଲୁମିନା ମାନେ ମତ ପ୍ରକାଶ କରିଛନ୍ତି। ନୂତନ ଡିଜିଟାଲ ପ୍ରୋଜେକ୍ଟର୍ ରେ ପାଠପଢ଼ା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଶିକ୍ଷା ଗ୍ରହଣ ଅତୀବ ଋଚିକର ହେବ ବୋଲି ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୬/୨୦୨୨--୮,୩୫   
 Sakhigopal News,28/6/2022

Blog Archive

Popular Posts