Breaking News

ପରିମଳର ସମସ୍ୟା ଖବର ପ୍ରକାଶିତ ପରେ ସାମ୍ବାଦିକଙ୍କ କଣ୍ଠ ରୋଧ କରିବାକୁ ଚେଷ୍ଟା

Attempts were made to silence journalists after the news broke
ଜଟଣୀ---- ---ଗତ 31/06/22 ରେ ଜଟଣୀ ପୌରପରିଷଦ ଅନ୍ତର୍ଗତ 7ନଂ ୱାର୍ଡ ଅଧୀନ ବାଲିଚ୍ଛକ ମୁଣ୍ଡିଆ ସାହିର ରାସ୍ତାରେ ମଇଳା ପାଣି ଅନବରତ ବହିଚାଲିଵା ସତ ଖବର ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରକାଶିତ ପରେ କିଛି ବସ୍ତିକୁ ନେଇ ଜଟଣୀ ବସ୍ତି ବାସିନ୍ଦା ମହା ସଂଘ ଗଠନ କରି ସରକାରଙ୍କ କୌଣସି ଅନୁମତି ନଥାଇ ସେହି ସଂଘର ନିଜକୁ ସଭାପତି କହି ବୁଲୁଥିବା ବ୍ୟକ୍ତି ଜଣଙ୍କ ସାମ୍ବାଦିକଙ୍କ ସତ୍ୟ ଘଟଣାକୁ ନେଇ କଣ୍ଠ ରୋଧ କରିବାକୁ ଚେଷ୍ଟା କରୁଥିବା ଏବେ ନଜରକୁ ଆସିଛି । ବସ୍ତି ମାନଙ୍କର ନେତ୍ରୁତ୍ୱ ନେଉଥିବା ବ୍ୟକ୍ତି ବିଶେଷ ଆଗ ପ୍ରମାଣ କର ଯେ ଖବର ମିଛ । ଏ ଫଟୋ ମିଛ । ଯଦି ସତ୍ୟ ଖବର ପ୍ରକାଶ ହୋଇଛି ତାର ସମାଧାନ କରି ପାରିଲେ ତମକୁ ବସ୍ତି ବାସିନ୍ଦା ମାନେ ମୁଣ୍ଡି ବୋଲି ମାନିଲେ । ନଚେତ କୁହାମୁଣ୍ଡା କପିଳା ମାନେ ଆବାସ ଓ ପଟା ନାମରେ ଲୁଟିଖାଉଥିବା ଅଭିଯୋଗ ମଧ୍ଯ ଆମ ହାତରେ ଲାଗିଛି ।  କୌଣସି ସାମ୍ବାଦିକ ବସ୍ତିର ଅବହେଳା ନିଜ ଖବର କାଗଜରେ ପ୍ରକାଶ ପରେ ସେହି ଗ୍ରୁପରେ ପକାଏ ତାଙ୍କ ସହ ଯୁକ୍ତି କରିବାସହ ସୋସିଆଲ୍ ମିଡିଆ ଗ୍ରୁପରୁ କାଢି ଦେଉଛନ୍ତି । ସେମାନଙ୍କ ନିର୍ମଳ ଭାବମୂର୍ତ୍ତିର ଅସଲ ଚେହେରା କାଳେ ପଦାରେ ପଡିଯିବ ସେଥିପାଇଁ ସାମ୍ବାଦିକ ଙ୍କ କଣ୍ଠ ରୋଧ କରାଯାଉଛି । ବସ୍ତିମାନଙ୍କୁ ନେଇ ହୋଇଥିବା ବସ୍ତି ମହାସଂଘରେ ୨/୩ ଟି ବସ୍ତିର ହାତଗଣତି ସଦସ୍ଯ ଙ୍କୁ ଛାଡିଦେଲେ ,ଅନ୍ଯ କୌଣସି ବସ୍ତିସଂଘର ସଦସ୍ଯ ସେ ସଂଘରେ ନାହାନ୍ତି ବୋଲି  ସୂଚନା ମିଳିଛି । ବିଗତ ଦିନରେ ବସ୍ତି ମହାସଂଘକୁ ଅସ୍ତ୍ର କରି ରାଜନୈତିକ ଖେଳରେ କିଛି ଅର୍ଥ ଚଳୁକରିବାର ନଜରକୁ ଆସିଛି । ପରବର୍ତ୍ତି ସମୟରେ ହାରିଯାଇଥିବା ବ୍ଯକ୍ତି ଅର୍ଥ ଫେରାଇବାକୁ ଜିଦ୍ ଧରିବାରୁ ବସ୍ତି ମାନଙ୍କରେ ବାଣ୍ଟି ଦେଇଛନ୍ତି ବୋଲି କହିଥିଲେ । କିନ୍ତୁ ସେମାନଙ୍କୁ ପଚାରିବାରେ କୌଣସି ଅର୍ଥ ପାଇନାହାନ୍ତି ବୋଲି ସିଧାସିଧା ଜଣାଇ ଥିଲେ । ବସ୍ତିର ଅବହେଳା ଚିତ୍ର ପ୍ରଦର୍ଶନ କରିବାରୁ ବସ୍ତି ନେତାଙ୍କ ସାମ୍ବାଦିକ ଙ୍କୁ ଜୁଲୁମ୍ ଏବେ ଜଟଣୀରେ ଦେଖିବାକୁ ମିଳିଛି । ସତ୍ୟ ଖବର ନିଶ୍ଚିତ ପ୍ରକାଶ ପାଇବ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୬/୨୦୨୨----୧୦,୨୫    
Sakhigopal News,1/6/2022

Blog Archive

Popular Posts