ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣି ଉତ୍ସବ
Satyavadi High School's annual awards ceremony
ସାକ୍ଷୀଗୋପାଳ----- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ କହିଥିଲେ ଯେ ଭାରତ ବର୍ଷରେ ଶିକ୍ଷା କ୍ଷେତ୍ରରେ ଓଡିଶା ଏକ ନୂତନ ସ୍ଥାନ ଅଧିକାର କରିବାକୁ ଯାଉଛି । ଏ ବର୍ଷ ୨ହଜାରରୁ ଅଧିକ ପିଲା ବେସରକାରୀ ବିଦ୍ୟାଳୟରୁ ନାମ କାଟି ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ସରକାର ଯେଉଁ ସୁବିଧା ଆଜିର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କରିଛନ୍ତି ତାହାର ଫାଇଦା ପିଲା ମାନେ ଉଠାଇବାକୁ ଗଣଶିକ୍ଷା ମନ୍ତ୍ରୀ କହିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷା ନିବେଦିତା ପାତ୍ରଙ୍କ ସହିତ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର , ଓଡିଆ ବିଭାଗ ବାଣୀବିହାରର ଡ.ଶରତ ଚନ୍ଦ୍ର ରଥ ଯୋଗ ଦେଇ କହିଥିଲେ ସତ୍ୟବାଦୀରେ ଯେତେ ବିଦ୍ୟାଳୟ ଥିଲେମଧ୍ୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଅନ୍ୟତମ । ସେ ସମୟରେ ଏଠାରେ ଶିକ୍ଷା ଦାନ ସହିତ ଦେଶ ସ୍ୱାଧୀନତା ପାଇଁ ଶିକ୍ଷା ଦାନ ଦିଆଯାଉଥିଲା ବୋଲି ଅତିଥି ମାନେ କହିଥିଲେ । ପ୍ରାରମ୍ଭରୁ ଅତିଥି ମାନେ ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ନୂତନଗୃହ ଉଦଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ସ୍ମରଣିକା ରତ୍ନଚିରା ଅତିଥି ମାନଙ୍କ ଦ୍ୱାରା ଉନେˆାଚିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଖେଳଖୁଦ ଓ ଦଶମଶ୍ରେଣୀ ପରୀକ୍ଷାରେ ସବୋର୍ଚ୍ଚ ନମ୍ବର ରଖିଥିବା ଓ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା । ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ବିଜୟ କୁମାର ପରିଡା କରିଥିବା ବେଳେ ଶିକ୍ଷକ ସତ୍ୟବାଦୀ ଦାଶ ସଭା ସଂଯୋଜନା କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଅବସରପ୍ରାପ୍ତ ଶିକ୍ଷକ, ପୁରାତନ ଛାତ୍ର ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୬/୨୦୨୨---୫,୨୫ Sakhigopal News, 28/6/2022