ଲୁଟ ଘଟଣାରେ ୨ ଅଭିଯୁକ୍ତ ଗିରଫ
Two suspects arrested in connection with the robbery.
ଭଞ୍ଜନଗର---ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମ ନିକଟରେ ଲୁଟ୍ ହେଇଥିବା ଘଟଣାରେ ତାରସିଂ ପୁଲିସ ଜଗନ୍ନାଥପ୍ରସାଦ ଗ୍ରାମରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ୨ ଅଭିଯୁକ୍ତ ହେଲେ ଜଗନ୍ନାଥପ୍ରସାଦ ଗ୍ରାମର ମିଟୁ ନାଇକ ଓ ମୁନା ପାତ୍ର । ଖବର ନେବାରେ ଗତ ୧୭ ତାରିଖ ଦିନ ସାର୍ଦଳ ଗ୍ରାମର ଜିତେନ୍ଦ୍ର ସେଠୀ କୈଣସି କାମରେ ମାମୁ ଘରକୁ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ତିଳିସିଙ୍ଗି ଗ୍ରାମ ନିକଟ ରେ ୨ଜଣ ଯୁବକ ମିଟୁ ଓ ମୁନା ଜିତେନ୍ଦ୍ରକୁ ଅଟକାଇ ତାଙ୍କ ନିକଟରେ ଥିବା ୧୯୦୦ ଟଙ୍କା,ଏକ ମୋବାଇଲି ଓ ଇଅର ଫୋନକୁ ଭୟଭିତ କରି ଛଡାଇ ଚମ୍ପଟ ମାରିଥିଲେ । ଏହି ଘଟଣାକୁ ନେଇ ଜିତେନ୍ଦ୍ର ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିରେ ତାରସିଂ ଥାନା କେସନଂ ୧୮୧/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ କୈଣସି ସୁତ୍ରରୁ ପୁଲିସ ଖବର ପାଇଁ ମିଟୁ ଓ ମୁନା ଜଗନ୍ନାଥପ୍ରସାଦ ଗ୍ରାମର ବୋଲି ଜାଣିଥିଲେ । ୨ଅଭିଯୁକ୍ତଙ୍କ ଘର ଉପରେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ଲୁଟ କରିଥିବା ୧୯୦୦ଟଙ୍କା ମଧ୍ୟରୁ ୯୦୦ଟଙ୍କା ମୋବାଇଲି ଓ ଇଅରଫୋନ ଜବତ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୯/୬/୨୦୨୨----୯,୨୦
Sakhigopal News,19/6/2022