Breaking News

ବଳପୁର ନାଏବ ସରପଞ୍ଚଙ୍କୁ ମାଡ; ଥାନାରେ ଅଭିଯୋଗ

 Balpur Naib Sarpanch slapped; Complaint to the police

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ପଥୁରିଆସାହିର ବେଣୁଧର ମହାରଣା ନାଏବ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ କିଛି ବ୍ୟକ୍ତି ବିଶେଷ ତାଙ୍କ ଉପରେ ରାଗ ରଖିଛନ୍ତି । ୩୦ ତାରିଖରେ ସେ ତାଙ୍କ ଗ୍ରାମରୁ ଆସୁଥିବା ସମୟରେ ସେହି ଗ୍ରାମର ପ୍ରକାଶ ପଣ୍ଡା ଶ୍ରୀ ମହାରଣାଙ୍କୁ ବାଟରେ ଅଟକାଇ ବକାବନା କରିବା ସହ ଗାଡି ସହ ତାଙ୍କୁ ପେଲି ଦେଇଥିଲା । ଯାହା ଫଳରେକି ତଳେ ସେ ପଡି ଯାଇଥିଲେ । ସ୍ଥାନୀୟ ଲୋକମାନେ ପଳାଇ ଆସିବାରୁ ଶ୍ରୀ ପଣ୍ଡା ପଳାଇଥିଲେ ବୋଲି ଶ୍ରୀ ମହାରଣା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ସୁଚନା ଯୋଗ୍ୟ ଯେ ବଳପୁର ଗ୍ରାମ ପଞ୍ଚାୟତରେ  ନଡିଆ ଗଛ ଚାରା  ଯୋଗାଣରେ ବହୁ ହେରଫେର ହୋଇଥିବା ନାଏବ ସରପଞ୍ଚ ଅଭିଯୋଗ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଛି ବୋଲି ଜଣାପଡିଛି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୬୭/୨୨ରେ ଏକ ମାମଲା ରୁଜ କରାଯାଇଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ଏଏସଆଇ ମଞ୍ଜୁଲତା ଦେଇ କେସ ତଦନ୍ତ କରୁଥିବା ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୬/୨୦୨୨--୫,୧୫ 

  Sakhigopal News, 1/6/2022

Blog Archive

Popular Posts