Breaking News

ଭୁବନେଶ୍ୱର, କଟକ ରେଲୱେ ଷ୍ଟେସନରେ “ଗୋଟିଏ ଷ୍ଟେସନ୍ ଗୋଟିଏ ଉତ୍ପାଦ” ଷ୍ଟଲ୍ ଉଦଘାଟିତ

"One station one product" stall has been inaugurated at Cuttack railway station in Bhubaneswar.


ଜଟଣୀ ---   ଗୋଟିଏ ଷ୍ଟେସନ୍- ଗୋଟିଏ ଉତ୍ପାଦ  ଯୋଜନା ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର , ହ୍ୟାଣ୍ଡଲୁମ୍ ବୁଣାକାର, ଆଦିବାସୀ ମାନଙ୍କର ଜୀବିକା ବୃଦ୍ଧି ତଥା କଲ୍ୟାଣ ଉଦ୍ଦେଶ୍ୟରେ ଭାରତ ସରକାର ଯୋଜନା କରିଛନ୍ତି । ଏହି ଯୋଜନା ଅଧୀନରେ ରେଳ ଷ୍ଟେସନରେ ସ୍ଥାନୀୟ କାରିଗରମାନଙ୍କୁ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ସମ୍ବନ୍ଧୀୟ ପ୍ରସିଦ୍ଧ ସ୍ଥାନୀୟ ଉତ୍ପାଦନ ଗୁଡିକ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଷ୍ଟଲ୍ ଯୋଗାଇ ଦିଆଯାଉଛି । ଲକ୍ଷ୍ୟ ହେଉଛି ରେଳ ଷ୍ଟେସନକୁ ଏକ ପ୍ରମୋସନାଲ୍ ହବ୍ ଏବଂ ଏକ ସ୍ଥାନୀୟ ଉତ୍ପାଦନ ପାଇଁ ପ୍ରଦର୍ଶନ ଗନ୍ତବ୍ୟସ୍ଥଳ କରିବା ।  ଯାହା ଦ୍ଵାରା ସ୍ଥାନୀୟ ଶିଳ୍ପଗୁଡିକ ଏକ ପ୍ରମୁଖ ଉତ୍ସ ହେବ । ଗୋଟିଏ ଷ୍ଟେସନ ଗୋଟିଏ ପ୍ରଡକ୍ଟ ଯୋଜନା ଅଧୀନରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ORMAS) ର ସମନ୍ୱୟ ରେ ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ଦୁଇଟି ବିକ୍ରି ଷ୍ଟଲ ଉନ୍ମୋଚନ କରାଯାଇଛି ।
ବର୍ତ୍ତମାନ  ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ “ବେଲ୍ ମେଟାଲ୍ ପ୍ରଡକ୍ଟ” ଏବଂ କଟକ ରେଳ ଷ୍ଟେସନରେ କଟକ ଜିଲ୍ଲାର ପ୍ରସିଦ୍ଧ “ସିଲଭର ଫିଲିଗ୍ରି ହ୍ୟାଣ୍ଡିକ୍ରାଫ୍ଟ ଏବଂ ହ୍ୟାଣ୍ଡଲୁମ୍ ଉତ୍ପାଦ” ପାଇପାରିବେ । ଯାତ୍ରୀମାନେ କୌଣସି ମଧ୍ୟସ୍ଥିଙ୍କୁ ଜଡିତ ନକରି ସିଧାସଳଖ କାରିଗରମାନଙ୍କଠାରୁ ଏହି ଉତ୍ପାଦ କ୍ରୟ କରିପାରିବେ । ଏହାପୂର୍ବରୁ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ପୁରୀ ରେଳ ଷ୍ଟେସନରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ “ପଟାଚିତ୍ର ଏବଂ “ପିପିଲି ଆପ୍ଲିକ୍” କୁ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଯୋଜନା ଅଧୀନରେ ପ୍ରୋତ୍ସାହିତ କରିବା ପାଇଁ ପୁରୀ ରେଳ ଷ୍ଟେସନରେ ଗୋଟିଏ ଷ୍ଟଲ୍ ଖୋଲିଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳ ର  78 ରେଳ ଷ୍ଟେସନରେ ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍ ପାଇଁ ଆବେଦନ ନିମନ୍ତ୍ରଣ ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବିଜ୍ଞପ୍ତି ଜାରି କରିଛି। ଖୋର୍ଦ୍ଧା ରୋଡ଼ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରାୟ ଯାତ୍ରୀମାନଙ୍କୁ ଷ୍ଟଲଗୁଡିକର ସୁବିଧା ନେବାକୁ ଏବଂ ରେଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦର ସାମଗ୍ରୀ ଗୁଡ଼ିକ ଦେଖିବାକୁ ଅନୁରୋଧ କରିଛନ୍ତି । ସେ ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର, ଆଦିବାସୀମାନଙ୍କୁ ଷ୍ଟେସନ ଗୁଡ଼ିକ ରେ ନିଜର ଷ୍ଟଲ ଖୋଲିବା ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୬/୨୦୨୨ ----୧୦,୨୫ Sakhigopal News,24/6/2022

Blog Archive

Popular Posts