Breaking News

ସଙ୍ଗମ ଶ୍ରୀକ୍ଷେତ୍ର ବୁଢାଙ୍ଗରା ଘୋଷଯାତ୍ରା ପ୍ରସ୍ତୁତି ବୈଠକ

Sangam Shrikshetra Budhangara Ghosh Yatra Preparation Meeting.


ଜଟଣୀ---- ଜଟଣୀବ୍ଲକ ନିକଟସ୍ଥ ସଙ୍ଗମ ଶ୍ରୀକ୍ଷେତ୍ର ବୁଢାଙ୍ଗରା ଘୋଷଯାତ୍ରା ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଶ୍ରୀକ୍ଷେତ୍ର ପୁରୀ ଶ୍ରୀଜିଉଙ୍କ ଘୋଷଯାତ୍ରା ତିଥୀରେ ଏହି ସଙ୍ଗମ ଶ୍ରେୀକ୍ଷେତ୍ର ରଥଯାତ୍ରା ଆୟୋଜିତ ହେବ ବୋଲି ଆୟୋଜକ ସମାଜସେବୀ ଅକ୍ଷୟ ପରିଡା ଓ ମହାବୀର ସତସଙ୍ଗ କମିଟି ପକ୍ଷରୁ କୁହାଯାଇଛି । ୨୦୧୫ ମସିହା ଶ୍ରୀଜିଉଙ୍କ ନବକଳେବରଠାରୁ ଆରମ୍ଭ ହୋଇଥିବା  ଏହି ଘୋଷଯାତ୍ରା ଚଳିତବର୍ଷ ଧୂମଧାମରେ ପାଳିତ ହେବ ।  ଉକ୍ତ ଘୋଷଯାତ୍ରା ଆୟୋଜିତ ସ୍ଥଳଟି ପୁରୀ ଓ ଖୋର୍ଦ୍ଧାଜିଲା , ଜଟଣୀ,ଡେଲାଙ୍ଗ ଓ କଣାସବ୍ଲକର ସଙ୍ଗମସ୍ଥଳରେ ମଧ୍ୟ ଅବସ୍ଥାପିତ ହୋଇଛି । ସେହିଭଳି ଦୟା ଓ ରାଜୁଆ ନଦୀର ସଙ୍ଗମସ୍ଥଳରେ ଏହି ସଙ୍ଗମ ଶ୍ରୀକ୍ଷେତ୍ର ବୁଢାଙ୍ଗରା ଗ୍ରାମଟି  ରହିଥିବାରୁ ସ୍ଥାନୀୟ ଅଂଚଳବାସୀ ଏହାକୁ ଶ୍ରୀକ୍ଷେତ୍ର ସଙ୍ଗମ ନାମରେ ନାମିତ କରିଛନ୍ତି । ବୁଢାଙ୍ଗରା ପୁରୁଣା ମହାବୀର ମନ୍ଦିର ଜଗନ୍ନାଥ ଧାମ ହୋଇଥିବା ବେଳେ  ଜଗତେଶ୍ୱର ମନ୍ଦିର ଶ୍ରୀଗୁଣ୍ଡିଚା ମନ୍ଦିରଭାବେ ପରିଚିତ କରାଯାଇଛି । ମହାମାରୀ କରୋନା ଯୋଗୁଁ ଗତ ୨ବର୍ଷଧରି ଏହି ଯାତ୍ରା କେବଳ ରିତିନୁଯାୟୀ ପାଳନ କରାଯାଉଥିଲା । ଚଳିତବର୍ଷ ଧୂମଧାମରେ ପାଳନ କରାଯିବାଲାଗି ପ୍ରସ୍ତୁତି ସରିଛି । ଏହି ଅବସରରେ ଶ୍ରୀକ୍ଷେତ୍ର ସଙ୍ଗମ ବୁଢାଙ୍ଗରାରେ ୭ଦିନ ବ୍ୟାପି ଶ୍ରୀମଦ ଭାଗବତ ସପ୍ତାହ ପାଳନ କରାଯିବା ସହିତ ୯ଦିନ ବ୍ୟାପି ଏହି ଘୋଷଯାତ୍ରାରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ ହେବ । ଏଥି ସହିତ ପ୍ରତିଦିନ ପାଲା,ଭଜନ ସମାରୋହ,ରାମଲିଳା ଓ ବିଭିନ୍ନ ପଟୁଆର ତଥା ସଲଟଣ ପ୍ରଭୃତିର ଆୟୋଜନ ହେବ ବୋଲି କୁହାଯାଇଛି । ଘୋଷଯାତ୍ରାର ପହଣ୍ଡିବିଜେ ସମୟରେ ସମାଜସେବୀ ଅକ୍ଷୟ ପରିଡା  ଗଜପତିଭାବେ  ଛେରାପହଁରା କରିବେ । ଏହି ସଙ୍ଗମ ଶ୍ରୀକ୍ଷେତ୍ର ରଥଯାତ୍ରା ଚଳିତ ୨୯ ତାରିଖରେ ଠାକୁରଙ୍କ ନବଯୈାବନ ଦର୍ଶନ, ୧ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା, ୫ ତାରିଖରେ ହେରା ପଞ୍ଚମୀ ,୬ ତାରିଖରେ ରଥ ଦକ୍ଷୀଣ ମୋଡ, ୯ ତାରିଖରେ ବାହୁଡାଯାତ୍ରା,୧୦ ତାରିଖରେ ସୁନା ବେଶ ଓ ୧୧ରେ ନୀଳାଦ୍ରୀ ବିଜେ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି  । ଏଥିରେ ଚଳିତବର୍ଷ ଜଟଣୀ,ପିପିଲି ଓ ସତ୍ୟବାଦୀ ବିଧାୟକ ଅତିଥୀଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜଟଣୀର ପୁର୍ବତନ ବିଧାୟକ ତଥା ବିଜେଡି ଜିଲା ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ଯୋଗଦେବେ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୫/୬/୨୦୨୨---୫,୨୦   Sakhigopal News,25/6/2022

Blog Archive

Popular Posts