Breaking News

ସତ୍ୟବାଦୀରେ ପାଞ୍ଚଗୋଟି ସମବାୟ ସମିତିରେ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ;୩ଟିରେ ନିଦ୍ୱନ୍ଦରେ ପ୍ରତିଯୋଗିତା, ୬ଟିରେ ସ୍ଥଗିତ

Elections in five co-operative societies in Satyavadi ended in a peace process;

 ସାକ୍ଷୀଗୋପାଳ-- ସତ୍ୟବାଦୀ ବ୍ଳକରେ ୧୬ ଗୋଟି ସମବାୟ ସମିତି ରହିଛି ।  ସେଥିମଧ୍ୟରୁ ୩ଗୋଟି ସମବାୟ ସମିତିରେ ବିନା ପ୍ରତିଯୋଗିତାରେ ପରିଚାଳନା କମିଟି ଗଠନ ହୋଇଯାଇଛି । ୫ଗୋଟି ସମବାୟ ସମିତିରେ ନିର୍ବାଚନ ଶେଷ ହୋଇଯଶଇଛି ।  ଅନ୍ୟ ୬ଗୋଟି ସମବାୟ ସମିତିରେ ନିର୍ବାଚନ ସ୍ଥଗିତ ରହିଛି । ଆସନ୍ତା ୨୬ ତାରିଖ ଦିନ ଅଳଗୁମ ଓଶୁକଳ ସମବାୟ ସମିତିରେ ନିର୍ବାଚନ କରାଯିବ ବୋଲି ବ୍ଳକ ସମବାୟ  ସମ୍ପସାରଣ ଅଧିକାରୀ କମଳ କୁମାର ଆଚାର୍ଯ୍ୟଙ୍କ ଠାରୁ ସୁଚନା ମିଳିଛି  । ବହୁ ଦିନ ପରେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସମବାୟ ସମିତି ଗୁଡିକ ପରିଚାଳନା କରିବା ପାଇଁ  ନିର୍ବାଚନ କରାଯାଉଛି । ଏହି ଅବସରରେ ସତ୍ୟବାଦୀରେ ରବିବାର ଦିନ ବିଶ୍ୱନାଥପୁର, ମୂଳଅଳସା, ନୂଆସୋମେଶ୍ୱରପୁର, ସାଣ୍ଢରା ଓ ଦାସବିଦ୍ୟାଧରପୁର ସମବାୟ ସମିତିରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ସରିଛି । ଉପନିବନ୍ଦକ ସମବାୟ ସମିତି ସମୂହ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭୀମସେନ ସାହୁ , ସତ୍ୟବାଦୀ ବ୍ଳକସମବାୟ ସମ୍ପସାରଣ ଅଧିକାରୀ  କମଳ କୁମାର ଆଚାର୍ଯ୍ୟ ସତ୍ୟବାଦୀର ବିଭିନ୍ନ ବୁଥ ରେ ଚାଳିଥିବା ନିର୍ବାଚନ ତଦାରଖ କରିଥିଲେ ।  ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଶେଷ ହୋଇଥିବା ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୨----୪.୪୦      Sakhigopal News, 20/6/2022

Blog Archive

Popular Posts