Breaking News

ଘରେ ପଶି ଲୁଟ୍ ଘଟଣା, ୨ଜଣ ଡକାୟତ ଗିରଫ;- ଚୋରୀ ସମାଗ୍ରୀ ସହ ମାରଣାସ୍ତ୍ର ଜବତ

Homecoming robbery, 2 robbers arrested; - Weapons confiscated with stolen goods.
ଭଞ୍ଜନଗର--- ଭଞ୍ଜନଗର ଥାନା ଅନ୍ତର୍ଗତ ଗୁରାବାଡି ଗ୍ରାମରୁ ଜଣଙ୍କ ଘର କବାଟ ଭାଙ୍ଗି ଚୋରୀ କରିବା ଘଟଣାରେ ସ୍ଥାନୀୟ ପୋଲିସ ସାନ ସାଦରା ଗ୍ରାମର ୨ଜଣ ଯୁବକକୁ ଧରିବା ସହ ସେମାନଙ୍କ ନିକଟରୁ ଚୋରୀ ଯାଇଥିବା ଟଙ୍କା ମଧ୍ୟରୁ ୩୨,୨୭୦/- ଟଙ୍କା ଜବତ କରିଛି। ଏଥିସହ ପୁଲିସ ଏମାନଙ୍କ ନିକଟରୁ ଗୋଟିଏ ଖେଳନା ପିସ୍ତଲ, ୨ଟି ମୋବାଇଲ, ଘର କବାଟ ଭାଙ୍ଗିବାରେ ବ୍ୟବହୃତ କିଛି ଅସ୍ତ୍ରଶସ୍ତ୍ର ସମେତ ଗୋଟିଏ ମଟର ସାଇକେଲ ଜବତ କରିଛି। ଭଞ୍ଜନଗର ଥାନା ଅଧିକାରୀ ଧୀରେଶ ଦାସଙ୍କ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତ ମେ ମାସର ୨୯ ତାରିଖ ରାତିରେ ଘରେ କେହି ନଥିବା ବେଳେ ସାନ ସାଦରା ଗ୍ରାମର ଶିବରାମ ଗଉଡ (୨୨),ଓ ଚିତ୍ତରଞ୍ଜନ ସ୍ବାଇଁ (୪୫) ଦୁହେଁ କିଛି ମାରଣାସ୍ତ୍ର ସହ ଏକ ଖେଳନା ପିସ୍ତଲ ଧରି ଘର ଭିତରେ କବାଟ ଭାଙ୍ଗି ପଶିଥିଲେ। ଘରେ କଳା କନା ବୁଲାଇ ଦୁହେଁ ଚମ୍ପଟ ମାରିଥିଲେ। ପରେ ଗୃହକର୍ତ୍ତାଙ୍କ ପକ୍ଷରୁ ଏସଂପର୍କରେ ଥାନାରେ ଏତଲା ଦିଆଯାଇଥିଲା। ଆଉ ଏତଲାକୁ ଭିତ୍ତିକରି ପୁଲିସ ଭଞ୍ଜନଗର ଥାନା କେଶ୍ ନମ୍ବର ୨୫୬/୨୨ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଉ ମଙ୍ଗଳବାର ସାନ ସାଦରା ଗ୍ରାମରେ ଚଢ଼ାଉ କରି ପୋଲିସ ଶିବରାମ ଓ ଚିତ୍ତରଞ୍ଜନ ଙ୍କୁ ଧରି ନେଇଥିବା ବେଳେ ସେମାନଙ୍କ ଠାରୁ ନଗଦ ୩୨,୨୭୦/- ଟଙ୍କା ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି। ଏମାନେ ଏହି ଚୋରୀ ଘଟଣାରେ ସଂପୃକ୍ତ ଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ବୋଲି ମଧ୍ୟ ଥାନା ଅଧିକାରୀ ସାମ୍ବାଦିକ ଙ୍କୁ ସୂଚନା ଦେଇଛନ୍ତି। ଏମାନେ ଏହି ଗୋଟିଏ ଘଟଣା ନୁହେଁ, ଅନେକ ଚୋରୀ ଓ ଡକାୟତି ଘଟଣାରେ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ଏଥିପାଇଁ ଅଧିକ ଅନୁସନ୍ଧାନ କରାଯାଉଛି ବୋଲି ଥାନା ଅଧିକାରୀ ଦାସ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୬/୨୦୨୨---୮,୩୫  Sakhigopal News,22/6/2022

Blog Archive

Popular Posts