Breaking News

ବୀର ଚକରା ବିଷୋୟୀ ସ୍ୱାଭିମାନ କେନ୍ଦ୍ରରେ ପ୍ରମାଣ ପତ୍ର ବଣ୍ଟନ

Distribution of certificates at the Self-Esteem Center of the Veteran Chakra.


ଭଞ୍ଜନଗର : ବାହାଡାପଦର ଠାରେ ବିପ୍ଲବୀ ବୀର ଚକରା ବିଷୋୟୀ ସ୍ୱାଭିମାନ କେନ୍ଦ୍ର ପରିସରରେ ପନ୍ଦର ଜଣ ପୁରୁଷ ଓ ମହିଳାଙ୍କୁ ନେଇ ରୋଟାରୀ କ୍ଲବ, ଭଞ୍ଜନଗର ତରଫରୁ ଦୁଇମାସ ଧରି ସାକ୍ଷରତା କାର୍ଯ୍ୟକ୍ରମ ଚାଲିଥିଲା । ଆଜି କ୍ଲବ ତରଫରୁ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ କ୍ଲବ ସଭାପତି ଭି. ଦେବୀ ପ୍ରସାଦ ପାତ୍ର ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ଶିକ୍ଷକ ନେତା ଜଗବନ୍ଧୁ ଜେନା, କ୍ଲବ ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ, ରଂଜିତ କୁମାର ବାରିକ, ସନ୍ତୋଷ ଜେନା,ନେତାଜୀ ବିଷୋୟୀ କାର୍ଯ୍ୟକ୍ରମ ଅଧକ୍ଷ ପବିତ୍ର କୁମାର ପ୍ରଧାନ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ଏହା ଉପରେ କହିଥିଲେ । ଏହି ଅବସରରେ ବାହାଡାପଦର ଗାୟତ୍ରୀ ପରିବାରର ଚାରିଜଣ ସାଧକ ସିମାଞ୍ଚଳ ପାତ୍ର, ପୀତବାସ ବାଡତ୍ୟା, ବିଧାନ ନାୟକ ଓ ଶ୍ରୀନିବାସ ପାତ୍ରଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଭିମାନ କେନ୍ଦ୍ର ପରିଚାଳିକ ଖୁସି ନାୟକ ଙ୍କୁ ମଧ୍ୟ କ୍ଲବ ତରଫରୁ ସଭାପତି ସମ୍ବର୍ଦ୍ଧିତ କରିଥିଲେ । ଏହିଅବସରରେ ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ସଭାପତି ଲୁଗା ଓ ଫଳ ବଣ୍ଟନ କରିଥିଲେ । ଶେଷରେ ପୂର୍ବତନ ସମ୍ପାଦକ ରୋଟାରୀଆନ ରଂଜିତ କୁମାର ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ । ଗ୍ରାମର ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନା ରେସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୬/୨୦୨୨----୮,୪୦   Sakhigopal News,29/6/2022

Blog Archive

Popular Posts