Breaking News

ମା ଉମାଦେବୀଙ୍କ ପୀଠରେ ରଜ ମହୋତ୍ସବ ଶେଷ

The Raj Mahotsav is over at Ma Umadevi's peeth
ନୟାଗଡ଼ ----ଓଡ଼ିଆ ସଂସ୍କୃତିକୁ ବଜାୟ ରଖିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ,ଆମ ରାଜ୍ୟରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବରେ ଅନେକ ଅନେକ କିମ୍ବଦନ୍ତୀ ରହିଛି । ସେଥିମଧ୍ୟରୁ ରଜ ପର୍ବ ସତ୍ୱନ୍ତ୍ର ନିଆରା ପର୍ବ । ମାଟି ଓ ମେଘର ମିଳନ ପର୍ବ ହେଉଛି ରଜ । ରଜ ଉପଲକ୍ଷେ ସାରା ଓଡିଶା ଚଳଚଞ୍ଚଳ ହୋଇଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡ଼ାରେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରାଯାଇଥିବା ଦେଖିବାକୁ ମିଳେ । ଖଣ୍ଡପଡ଼ାର ମା ଉମାଦେବୀ ଉନୟନ ପରିଷଦ ଓ ମା ଉମାଦେବୀ ସେବକ ସଂଘପକ୍ଷରୁ ମହା ଆଡମ୍ବରରେ ରଜ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନାଚ ଗୀତ, ଭଳିକି ଭଳି ଦୋଳି ଖେଳ, ମିନବଜାରର ମଜା ସ୍ଥାନୀୟ ଲୋକମାନଙ୍କ ସହିତ ଦୂର ଦୁରାନ୍ତରୁ ଆସିଥିବା ଲୋକମାନେ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।  ଖଣ୍ଡପଡ଼ା ଅଞ୍ଚଳରେ ମା ଉମାଦେବୀଙ୍କ ପୀଠ ରଜମହୋତ୍ସବ ସବୁଠାରୁ ନିଆରା ପରମ୍ପରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗତ ବର୍ଷ କୋଭିଡ କଟକଣା ଯୋଗୁ ଏହି ରଜ ଉତ୍ସବ ପାଳନ ହୋଇ ନଥିବା ଯୋଗୁ ଚଳିତ ବର୍ଷ ଏହିଉଶ୍ଚବ ମହା ଆଡମ୍ବରରେ ପାଳିତ ହୋଇଛି। ବିଶେଷ ରଜ ପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି ଝିଅ ଓ ବୋହୁ ମାନେ ।ଏହି ରଜ ମହୋତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉତ୍ସବ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମାଉମାଦେବୀ ଉନ୍ନୟନ ପରିଷଦ ଓ ମାଉମା ଦେବୀ ସେବକ ସଂଘର ସଭାପତି ଏବଂ ସଭ୍ୟ ମାନଙ୍କ ସହଯୋଗ ଓ ଉଦ୍ୟମ ଯୋଗୁ ଏହି ରଜ ପର୍ବ ଉତ୍ସବ ମୁଖର ହୋଇଉଠିଥିଲା । ସମସ୍ତ ଙ୍କ ସହଯୋଗ ରେ ଖଣ୍ଡପଡ଼ା କାହିଁକି ସାରା ନୟାଗଡ ଜିଲ୍ଲାରେ ସୁନାମ ଅର୍ଜନ କରିଛି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୮/୬/୨୦୨୨----୬,୨୦ Sakhigopal News,18/6/2022

Blog Archive

Popular Posts