ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ନିକଟରୁ ୩୨ କି. ଗ୍ରା ୩୫୦ ଗ୍ରାମର ଗଞ୍ଜେଇ ଜବତ
32 km from Khordha Road railway station. 350 grams of cannabis were seized
ଜଟଣୀ ---- ରେଳ ସୁରକ୍ଷା ବଳ ଦ୍ୱାରା ଗଠିତ "ଅପରେସନ ନାର୍କସ ' ମଧ୍ୟମରେ ଦୀର୍ଘ ୨୧ ଘଣ୍ଟା ପରିଶ୍ରମ ପରେ ସଫଳତା ମିଳିଛି । "ଅପରେସନ ନାର୍କସ ' ମାଧ୍ୟମରେ ରେଳ ସୁରକ୍ଷା ବଳ ଦ୍ୱାରା ଜଟଣୀ ଷ୍ଟେସନ ପରିସରରେ ଏକ ସନ୍ଧିଗଧ ଅନୁସନ୍ଧାନ ଜାରି ରଖିବା ସମୟରେ ଦୀର୍ଘ ୨୧ ଘଣ୍ଟା ପରିଶ୍ରମ ପରେ ପ୍ଲାଟଫର୍ମ ନଂ 4 ଏବଂ 5 ର ଦକ୍ଷିଣ ଦିଗର ଶେଷ ମୁଣ୍ଡର ଏକ ନିକାଞ୍ଚ ସ୍ଥାନରେ ଏକ ହାଲକା ଏବଂ ନୀଳ, ଗୋଲାପୀ ରଙ୍ଗର ମିଶ୍ରିତ ପ୍ଲାଷ୍ଟିକ ବ୍ୟାଗ ଥୁଆ ହୋଇଥିଲା । ଏହି ବ୍ଯାଗକୁ ସନ୍ଦେହ କରି ଏହାକୁ ବହୁତ ସମୟ ଲୁକାୟିତ ରହି ତୀକ୍ଷ୍ଣ ଦୃଷ୍ଟି ରଖାଯାଇଥିଲା । କିନ୍ତୁ କୌଣସି ଦାବିଦାର ସେଠାକୁ ଆସିନଥିଲେ । ଏହା ଦେଖି ରେଳ ସୁରକ୍ଷା ବଳ ଏହାକୁ ଜବତ କରିଥିଲେ । ଯାଞ୍ଚ ସମୟରେ ଏଥିରେ ଗଂଜେଇ ଥିବା ଜଣାପଡିଛି । ଯାହାର ଓଜନ ୩୨ କିଗ୍ରା ୩୫୦ ଗ୍ରାମ। ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୩ ହଜାର ୫୦୦ ଟଙ୍କା । ଜବତ ହୋଇଥିବା ନିଶା ଦ୍ରବ୍ୟର ପୁ୍ଖାନୁପୁଙ୍ଖ ତଦନ୍ତ କରି ଜିଆରପି ଖୋର୍ଦ୍ଧା ରୋଡ଼ କୁ ହସ୍ତାନ୍ତର କରାଯାଇଛି । ଜିଆରପି ଖୋର୍ଦ୍ଧା ରୋଡ଼ ଏହା ଉପରେ ଆଇନ ଗତ ଜର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେସ ନଂ 72/2022 ରେ ଏକ ମାମଲା ରୁଜୁ କରି ଏହା ଉପରେ ଅଧିକରୁ ଅଧିକ ତଦନ୍ତ ଜାରି ରହିଛି ।