Breaking News

ୟୁ ବି ହାଇ ସ୍କୁଲରେ ବିଶ୍ଵ ଯୋଗ ଦିବସ

World Yoga Day at UB High School


    ଭଂଜନଗର -----   ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯୋଗ ଦିବସ  ପାଳିତ ହୋଇଯାଇଛି । ଏନ ସି ସି ଆର୍ମି ଅଫିସର (2 ଓଡିଶା ବିନ ଏନସିସି) ଶ୍ୟାମା ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ   ଯୋଗ ଦିବସରେ ଏନସିସି କ୍ୟାଡେଟ ମାନଙ୍କ ଦ୍ଵାରା ଯୋଗ ଦିବସ ସମ୍ପର୍କିତ ଚିତ୍ର, ସ୍ଲୋଗାନ, ପ୍ରବନ୍ଧ ପ୍ରତିଯୋଗିତା ସହ ଆଲୋଚନାଚକ୍ର କରାଯାଇଥିଲା ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ "ସ୍ବାସ୍ଥ୍ୟ ହିଁ ସଂପଦ " ଓ ଶ୍ରୀ ମିଶ୍ର " ଯୋଗ ରଖିବ ନୀରୋଗ ଏବଂ ସୁସ୍ଥ ସମାଜ ଦେଶର ମେରୁଦଣ୍ଡ " ବୋଲି ମତ ରଖିଥିଲେ । ଏହା ସହିତ ସୁସ୍ଥ ଜୀବନ ନିମନ୍ତେ ଦିନଚର୍ଯ୍ୟା ରେ ଯୋଗ ଓ ବ୍ୟାୟାମ କୁ ଆପଣେଇ ନିଜେ ଫିଟ୍ ରହିବା ପାଇଁ ଶ୍ରୀ ମିଶ୍ର କ୍ୟାଡେଟ ମାନଙ୍କୁ ଆହ୍ଵାନ ଦେଇ ଥିଲେ । ଏହି ଅବସରରେ ବଜ୍ରାସନ, ମୟୂରାସନ , ପର୍ବତାସନ , ଉତ୍ତାନପାଦାସନ ଆଦି ଅନେକ ପ୍ରକାରର ଆସନ ପ୍ରଦର୍ଶନ କରାଯାଇଥିଲା ।  କାର୍ଯ୍ୟ କ୍ରମରେ ଏନ ସି ସି ନାଭାଲ ଅଫିସର କେଦାର ନାଥ ସେଠୀ, ଏୟାର ଅଫିସର ପ୍ରଶାନ୍ତ କୁମାର ପ୍ରଧାନ, ଅମିତ କୁମାର ବେହେରା , ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ , ସ୍କାଉଟ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ  ସକ୍ରିୟ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୬/୨୦୨୨---- ୫,୨୦  
Sakhigopal News,21/6/2022

Blog Archive

Popular Posts