Breaking News

ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସାକ୍ଷୀଗୋପାଳର ଛାତ୍ରଛାତ୍ରୀ ୧୬ଟି ପଦକ ଜିତିଲେ

 Sakshigopala's students won 14 medals in the district-level taekwondo competition.

 


ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସ୍ତରୀୟ ୧୫ତମ କିରୋଗୀ ଓ ୭ମ ପୁମସେ  ଟାଇକୋଣ୍ଡା ପ୍ରତିଯୋଗିତା ରେଳୱେ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହାର ଆୟୋଜକ ଥିଲେ ଟାଇକୋଣ୍ଡା ଆସୋସିଏସନ ଅଫ ପୁରୀ । ଏଥିରେ ୧୧ଗୋଟି ବ୍ଳକର ୧୪ଗୋଟି ଟ୍ରେନିଂ ସେଣ୍ଟରର ଦୁଇଟି ଇଭେଣ୍ଟରେ ୬ଶହ ଅଧିକ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ସାକ୍ଷୀଗୋପାଳର ହାନା ଟାଇକୋଣ୍ଡା ଏକାଡେମୀର ୨୭ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ୬ଟି ସ୍ୱର୍ଣ୍ଣ, ୬ଟି ରୋପ୍ୟଓ୪ଟି କଂସ୍ୟ ପଦକ ଜିତିଥିବା ହାନା ଟାଇକୋଣ୍ଡାର କୋଚ ଦୀପକ କୁମାର ପ୍ରଧାନଙ୍କ ଠାରୁ ସୁଚନା ମିଳିଛି ।  ମୁଖ୍ୟ ଅତିଥି ଭାବେ ରବି ଶଙ୍କର ପ୍ରତିହାରୀ ଜିଲ୍ଲା କ୍ରୀଡା ସମ୍ପାଦକ ଓ ରାଜ୍ୟ ଟାଇକୋଣ୍ଡା ସଂଘର ସମ୍ପାଦକ ମନମୋହନ ଭଞ୍ଜ ଯୋଗଦେଇ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।  ରାଜ୍ୟ ସଂଘ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଶ୍ରୀକାନ୍ତ ପରିଡା ଓ ମୁଖ୍ୟ ଚିଫରେଫରୀ କେ. ମନୋଜ ପ୍ରଧାନ ପ୍ରଭାତ ସାହୁ ପ୍ରତିଯୋଗିତା ପରିଚାଳନା କରିଥିଷଲ । ଜିଲ୍ଲା ସଂଘର କୋଷାଧ୍ୟକ୍ଷ ବ୍ୟମକେଶ ଅଭିଳାଷ ପ୍ରସାଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୬/୨୦୨୨---୪,୫୫   Sakhigopal News, 30/6/2022

Blog Archive

Popular Posts