ଅଗ୍ନିପଥକୁ ଗଞ୍ଜାମ କଂଗ୍ରେସ ର ଜୋରସୋରର ବିରୋଧ
The Ganjam Congress has strongly opposed the fire
ଧରାକୋଟ- ଦେଢ ବର୍ଷରେ ମିଶନ ମୋଡ୍ରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଯୁବପିଢ଼ିଙ୍କି ମନରେ ଖୁସି ଖେଳି ଯାଇଥିଲା । ଆଉ ଏହା ମୋଦି ସରକାରଙ୍କ ସବୁଠାରୁ ବଡ଼ ପଦକ୍ଷେପ ବୋଲି ମଧ୍ୟ ସମସ୍ତେ ଭାବିଥିଲେ। ହେଲେ ସେନା ବିଭାଗ ଅଗ୍ନିପଥ ନାମ ରେ 4 ବର୍ଷୀୟା ନିଯୁକ୍ତି କଥା ଶୁଣିବା ପରେ ଦେଶର ବିଭିନ୍ନ ସ୍ଥାନରେ ଯୁବପିଢି ସହ ବିରୋଧୀ ପ୍ରତିବାଦ କରିଥିଲେ । ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରେ। ଜିଲ୍ଲାର ପାଟପୁର ଓ ଧରାକୋଟ ବ୍ଲକ ରେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ଜଣା ଶୁଣା ସାନଖେମୁଣ୍ଡି ବିଧାୟକଙ୍କ ନେତୃତ୍ୱରେ ଅଗ୍ନିପଥକୁ ବିରୋଧକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶରୁ ମୋଦି ସରକାରଙ୍କୁ ହଟାଇବା ପାଇଁ ଆଉ ସରକାରୀ ଚାକିରୀ କୁ ପ୍ରାଇଭେଟ କମ୍ପାନୀ ହାତରେ ଟେକିଦେଇ ଯୁବପୀଢୀକୁ ପଥ ଭ୍ରଷ୍ଟ କରୁଥିବା କହି ବିଜେପି ସରକାର ବିରୋଧ ରେ ଗର୍ଜିଛନ୍ତି ଶ୍ରୀ ଜେନା । ସୈନ୍ୟ ବିଭାଗ ପରି ଦେଶର ଗୁରୁତ୍ୱ ବହନ କରୁଥିବା ବିଭାଗ ରେ 4 ବର୍ଷ ପାଇଁ ଚାକିରୀ ଦେଇ ପରେ ସେମାନଙ୍କୁ ଛଟେଇ କରିବାର ଯେଉଁ ବସୁଧା କରାଯାଉଛି । ଏହାକୁ ଭାରତୀୟ ଜାତୀୟ କଂଗ୍ରେସ ବରଖାସ୍ତ କରିବ ନାହିଁ ବୋଲି ମଧ୍ୟ କହିଛନ୍ତି। ଏହି ଅଗ୍ନିପଥ କୁ ନେଇ ଧରାକୋଟ ତାଳପାଟଣା ଠାରେ ଯେଉଁ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା ସେଠାରେ ଧରାକୋଟ ଅଞ୍ଚଳର ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।
ଧରାକୋଟ ରୁ ଅଶେଷ ପାତ୍ର ଙ୍କ ରିପୋର୍ଟ,୨୮/୬/୨୦୨୨---୬,୪୦ Sakhigopal News,28/6/2022