Breaking News

ବହୃ ପୁରାତନ ମନ୍ଦିର ଚିହ୍ନଟ

Identification of many ancient temples.
ବାଙ୍କୀ----- ସାମ୍ନାକୁ ଆସିଲା 1200 ବର୍ଷ ପୂର୍ବର ଚାମୁଣ୍ଡା ମନ୍ଦିର ।   ପ୍ରତ୍ନତତ୍ତ୍ଵ ବିତ ମାନଙ୍କ ସର୍ବେକ୍ଷଣ ଦ୍ଵାରା ସାମ୍ନାକୁ ଆସିଲା ୧୨୦୦ ବର୍ଷ ପୂର୍ବର ଚାମୁଣ୍ଡା ମନ୍ଦିର । ଯାହାକି ବାଙ୍କୀ ବ୍ଲକର ମହାନଦୀର ଅପର ପାର୍ଶ୍ଵରେ ଥିବା ତେନ୍ତୁଳିଆ ଗ୍ରାମରେ ଦେଖିବାକୁ ମିଳିଛି ।ପୁରାତନ ମନ୍ଦିର ର କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ବେଳେ ଚାମୁଣ୍ଡା ଦେବୀଙ୍କ ଭୟଙ୍କର ରୂପ ଏବଂ ଶରୀର ଗଠନ ଅଦ୍ଭୂତପୂର୍ବ । ଯାହାକି ଓଡ଼ିଶାର ପୁରାତନ ମନ୍ଦିର ଭିତରେ ଏହା ନିଶ୍ଚିତ ବିରଳ ।ମନ୍ଦିରର କାରୁକାର୍ଯ୍ୟ ଦେଖି ଏହା ୭ମ କିମ୍ବା ୮ମ ଶତାବ୍ଦୀରେ ଭୌମ ବଂଶୀୟ ରାଜାଙ୍କ ରାଜୁତି ସମୟରେ ନିର୍ମିତ ହୋଇଥିବାର ଗବେଷକ ମାନେ ଅନୁମାନ କରୁଛନ୍ତି ।
 ବାଙ୍କୀ ରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,୧୮/୬/୨୦୨୨ ୪,୫୦.  Sakhigopal News 18/6/2022   

Blog Archive

Popular Posts