Breaking News

ଓଡ଼ଗାଁ କଂଗ୍ରେସ ପକ୍ଷରୁ ଗଣଧାରଣା

Public opinion on the part of the Odgaon Congress


ଓଡ଼ଗାଁ:- ଓଡ଼ଗାଁ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ୩ଘଣ୍ଟିଆ ଗଣଧାରଣା ଓ ପ୍ରତିବାଦ ସଭା ଓଡ଼ଗାଁ ଡାକ୍ତରଖାନା ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଓଡଗାଁ ବ୍ଳକରେ ଥିବା ସମସ୍ତ ଡାକ୍ତର ଖାନାରେ ଡାକ୍ତର, ନର୍ସ, ମାଗଣା ଔଷଧ ଏବଂ ଆମ୍ବୁଲାନ୍ସ ସେବା ଓ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏବଂ କେନ୍ଦ୍ରର ବିଜେପି ମୋଦି ସରକାର ED କୁ ହାତ ବାରିଶି କରି ଯେଉଁଭଳି ଭାବେ କଂଗ୍ରେସ ଦଳର ସର୍ବୋଚ୍ଚ ନେତାମାନଙ୍କୁ ଆକ୍ରୋଶ ମନୋଭାବ ରଖି ହୀନ ରାଜନୀତି କରୁଛି ତାର ପ୍ରତିବାଦରେ ଏହି ଗଣଧାରଣା ଓ ପ୍ରତିବାଦ କାରାଯାଇଛି। ଏହି ସଭାରେ ଜିଲ୍ଲା କଂଗ୍ରେସ ସଭାପତି  ଆଇନଜୀବୀ ଶ୍ରୀ ରଣଜିତ କୁମାର ଦାସ, ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଶ୍ରୀ ହୁସେନ ଖାଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜନମାରଣ ନିତିକୁ ତିବ୍ର ବିରୋଧ କରିଥିଲେ। ଏଥିରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ ଦାସ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଆଦିତ୍ୟ କୁମାର ପରିଡ଼ା, ଓଡ଼ଗାଁ ନଗର କଂଗ୍ରେସ ସଭାପତି ଜଗନ୍ନାଥ ନାୟକ, ଆଇଏନଟିୟୂସି ନେତା ଆଲୋକ କୁମାର ପ୍ରଧାନ, ମଦନ ମୋହନ ବିଶୋଇ, ଆଇନଜୀବୀ ବିଭୁତି ଭୁଷଣ ରାଉତ, ବସନ୍ତ କୁମାର କର, ଦେବରାଜ ପାତୀ , ରମେଶ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଶ୍ରୀନିବାସ ନାୟକ, ଆର୍ତ୍ତ ନାଏକ୍ର, କରୁଣା କର ସେଠି, ବାସୁ ଦେବ ତାକୁଆ, ଭଗବାନ ପ୍ରଧାନ, ବିମଳ କୁମାର ଦାସ , ସୁବାସ ଚନ୍ଦ୍ର ନାୟକ, ମନୁ ମହାନ୍ତି, ଗୋଲଖ ସ୍ଵାଇଁ, ନିର ରାଉତ, ସୋମନାଥ ସାହୁ। ଆଇନଜୀବ ରାଧାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ଏବଂ ଓଡ଼ଗାଁ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଦିଲ୍ଲୀପ କୁମାର ବିଶୋଇ  ଧନ୍ୟବାଦ ଅର୍ପଣ କରିଥିଲେ । 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୫/୬/୨୨ ----୯,୧୦ Sakhigopal News,25/6/2022

Blog Archive

Popular Posts