Breaking News

ଗୋପବନ୍ଧୁଙ୍କ ଜନ୍ମପୀଠରେ 94ତମ ଶ୍ରାଦ୍ଧବାର୍ଷିକ ଅବସରରେ ତିଳତର୍ପଣ

Tiltarpan on the occasion of the 94th anniversary of Gopbandhu's birth.


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧବାର୍ଷିକ ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉତ୍କଳ ସ୍ୱାଭିମାନ ମଞ୍ଚ ପକ୍ଷରୁ ବାସୁଦେବ ସାହୁ, ଶିକ୍ଷକ ପଞ୍ଚାନନ ମହାରଣା, କ୍ରୀଡାଶିକ୍ଷକ ସୁରେଶ ସ୍ୱାଇଁ ଶିକ୍ଷକ ସତ୍ୟନାରାୟଣ ମହାପାତ୍ର, ଭାଷ୍କର ଜେନା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବ୍ରଜ କିଶୋର ପାଇକରାୟ ଓନରହରି ସ୍ୱାଇଁ ଗ୍ରାମ ସଫେଇ କରିବା ସହିତ ତିଳତର୍ପଣ ଯାତ୍ରାରେ ସାମିଲ ହୋଇଥିଲେ ।ଗୋପବନ୍ଧୁଙ୍କ ଷଠୀଘର ନିକଟରୁ  ଶୋଭାଯାତ୍ରା ବାହାରି ଭାର୍ଗବୀ ନଦୀ ଠାରେ ପହଞ୍ଚିଥିଲା  ।  ଶୋଭାଯାତ୍ରାରେ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ଜୟଦୁର୍ଗା ହାଇସ୍କୁଲର ସ୍କାଉଟ, ଏନ.ସି,ସିର ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁ ଅମର ରହେ ଆଦି ସ୍କୋଗାନ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।  ମା କ୍ଷେତ୍ରପାଳୀ ମୁଦୃଙ୍ଗ ବାଦ୍ୟ ନୃତ୍ୟୁ ପରିଷଦର ରମେଶ ପଲେଇ, ଗୁରୁକୁଳମଣି ମିଶ୍ର, ରମେଶ ଚନ୍ଦ୍ର ଦାଶ ପ୍ରମୁଖ ସଂକୀର୍ତ୍ତନ କରିଥିଲେ ।   ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଗୋପବନ୍ଧୁ ସ୍ମୃତି ପରିଷଦର ସଭାପତ ଧୀରେନ୍ଦ୍ର ନାଥ ଦାସ, କାର୍ଯ୍ୟକାରୀ ସମ୍ପାଦକ ଦେବେନ୍ଦ୍ର ନାଥ ଦାଶ,ବିଦ୍ୟାଧରପୁର ସରପଞ୍ଚ ଦୁଶାସନ ପ୍ରଧାନ , ରବୀନ୍ଦ୍ର ନାଥ ଦାଶ, ମହେନ୍ଦ୍ର ନାଥ ଦାଶ, ସାମ୍ବାଦିକ ଧୀରେନ୍ଦ୍ର ସେନାପତି ତୁଷାର ରଞ୍ଜନ ନାୟକ, ପିପିଲି ସଚେତନତା ନାଗରିକ ମଞ୍ଚ ପକ୍ଷରୁ ରମେଶ ଚନ୍ଦ୍ର ଶତପଥିୀ, ପ୍ରଫୁଲ କୁମାର ଦାଶ, ସୁରେଶ କୁମାର ରଥ, ଅସିମ ଦାଶ, ଭଗବନା ସେଠୀ ବିଭିନ୍ନ କର୍ମକର୍ତ୍ତାଙ୍କ ସହିତପ୍ରମୁଖ ତିଳତର୍ପଣ ଯାତ୍ରାରେ ସାମିଲ ହୋଇଥିବାର ଦେଖାଯାଇଥିଲା ।  ଶ୍ରୀ ଦାସଙ୍କ କୂଳପୁରୋହିତ ଲକ୍ଷ୍ମୀକାନ୍ତ ନନ୍ଦ  ଉପସ୍ଥିତ ଥିବା ଗୋପବନ୍ଧୁଙ୍କ ଦାୟାଦ ଓ ପେମୀ ମାନଙ୍କୁ ତିଳତର୍ପଣ କରାଇଥିଲେ  । ତିଳତର୍ପଣ ପରେ ପରେ ଗୋପବନ୍ଧୁଙ୍କ କୂଳଦେବତା ରାଧାବିନୋଦ ବିହାରୀଙ୍କୁଦର୍ଶନ କରିବା ସହ ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ ।  ଅନୁଷ୍ଠାନ ପକ୍ଷରୁ ପିଲାମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୬/୨୦୨୨----୪,୫୦   

 Sakhigopal News, 29/6/2022

Blog Archive

Popular Posts