Breaking News

ମନ୍ଦିର ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

The body of a young man was recovered from a pond in the temple


ଜଟଣୀ---- ଜଟଣୀ ନିକଟସ୍ଥ ହରିରାଜପୁର ବଅଙ୍ଗ ଅଂଚଳରେ ରହିଥିବା ସୋମନାଥ ଦେବଙ୍କ ପୋଖରୀରୁ ଜଣେ ଯୁବକଙ୍କ ମୃତ ଦେହକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଜଟଣୀଥାନା ଅନ୍ତର୍ଗତ ବାଛରା ଗ୍ରାମର ପୁର୍ଣ୍ଣଚନ୍ଦ୍ର ପରିଡାଙ୍କ ପୁଅ କୁନା ପରିଡା ଡେଲାଙ୍ଗଥାନା ଅଧିନସ୍ଥ ହରିରାଜପୁର ବଅଙ୍ଗ ସମ୍ପକିୟଙ୍କ ଘରକୁ ଯାଇଥିଲେ । ଆଜି ଉକ୍ତ ପୋଖରୀରେ ତାଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଖୋର୍ଦ୍ଧାଜିଲା ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତର କାରଣ ଜଣାପଡିନଥିଲା ବେଳେ ଶବ ବ୍ୟବଛେଦପରେ ଜଣାପଡିବ ବୋଲି ହରିରାଜପୁର ଫାଣ୍ଡି ପୁଲିସ ପକ୍ଷରୁ କୁହାଯାଇଛି । 

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୨୬ା୬ା୨୦୨୨---୫,୪୫   

Sakhigopal News, 26/6/2022


Blog Archive

Popular Posts