Breaking News

ଅଗ୍ନିପଥ ପ୍ରତ୍ୟାହାର ଦାବିରେ ଓଡ଼ଗାଁ ବ୍ଳକ୍ ଛାତ୍ର କଂଗ୍ରେସ ତରଫରୁ ଦସ୍ତଖତ ଅଭିଯାନ ଆରମ୍ଭ

Odgaon Block Student Congress launches signature drive to demand firefighting.


 ଓଡ଼ଗାଁ----  ଅଗ୍ନିପଥ ଯୋଜନା ଯୁବକ ମାନଙ୍କୁ ମୋଦି ସରକାରର ଏକ ପ୍ରତାରଣା। କେନ୍ଦ୍ର ସରକାର ଙ୍କ ୪ ବର୍ଷିଆ ସୈନିକ ଠିକା ନିଯୁକ୍ତି ଅଗ୍ନିପଥ ଯୋଜନା  ପ୍ରତ୍ୟାହାର ଦାବିରେ ଆଜି ଓଡ଼ଗାଁ ବ୍ଳକ୍ ଛାତ୍ର କଂଗ୍ରେସ ତରଫରୁ ସ୍ଥାନୀୟ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆଜିର ଏ ଦସ୍ତଖତ ଅଭିଯାନ ରେ ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାସ ଛାତ୍ରଛାତ୍ରୀ ମାନଙ୍କୁ ଅଗ୍ନିପଥ ଯୋଜନା ବିଷୟରେ ବୁଝାଇଥିଲେ।
                       ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶାର ପ୍ରତ୍ୟୋକ କଲେଜ କ୍ୟାମ୍ପସରେ ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ଏହିଭଳି ଦସ୍ତଖତ ଅଭିଯାନ ହେଉଛି । ଆଜି ନୟାଗଡ଼ ଜିଲ୍ଲାର ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଏହି କାର୍ଯ୍ୟକ୍ରମ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ କୁମାର ବିଶୋଇଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି। 
          ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ଦାସ, ଉପସଭାପତି ଅବଦୁଲ ନିଜାମ ଖାଁ,ଓଡ଼ଗାଁ ବ୍ଳକ୍ ଛାତ୍ର କଂଗ୍ରେସ ସଭାପତି ଦିଲ୍ଲୀପ୍ କୁମାର ବିଶୋଇ, ଜିଲ୍ଲା ଛାତ୍ର କଂଗ୍ରେସ ପ୍ରବକ୍ତା ରଶ୍ମିରଞ୍ଜନ ମିଶ୍ର, ନୟାଗଡ଼ ବ୍ଳକ ଛାତ୍ର କଂଗ୍ରେସ ସଭାପତି ଜୁଲଫିକର ଖାଁ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ ପ୍ରଧାନ, ଜଗନ୍ନାଥ ପ୍ରୁଷ୍ଟି, ଯୋଗଦେଇଥିବା ବେଳେ ମହାବିଦ୍ୟାଳୟ ର ପ୍ରିୟବ୍ରତ ବାରିକ,ଜିତେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ। 

ଓଡ଼ଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ ଙ୍କ ରିପୋର୍ଟ:-  ୧/୭/୨୦୨୨----୬,୩୫  Sakhigopal News,1/7/2022

Blog Archive

Popular Posts