Breaking News

ଚାଷୀ ଓ ବ୍ୟବସାୟୀ ମାନଙ୍କୁ ଭଚ୍ୟୁଆଲ ମାଧ୍ୟମରେ ଇ-ନାମ ପ୍ରଶିକ୍ଷଣ

E-name training for farmers and traders through virtual


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳନିୟନ୍ତ୍ରିତ ବଜାର କମିଟିର ସଭାଗୃହ ପରିସରରେ  ଭଚ୍ୟୁଆଲ ମାଧ୍ୟମରେ ଇ-ନାମ ଜରିଆରେ ବ୍ୟବସାୟୀ ଓ ଚାଷୀଙ୍କୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଛୋଟ ବଡ ୭୪ ଜଣ ବିଭିନ୍ନ ବର୍ଗର ବ୍ୟବସାୟୀ ,ଚାଷୀ ଓ ମହିଳା ଗୋଷ୍ଠୀର ସଦସ୍ୟ ମାନେ ଯୋଗ ଦେଇଥିଲେ ।  ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର  ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁ ପ୍ରାରମ୍ଭିକ ସୁଚନା ଦେଇଥିଲେ । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିବା ଚାଷୀ ଓ ବ୍ୟବସାୟୀ ମାନଙ୍କୁ କହିଥିଲେ  ଇ-ନାମ ବଜାରରେ ଜଣେ ଚାଷୀ ବା ବ୍ୟବସାୟୀ କିପରି ଗୋଟିଏ ଯାଗାରେ ବସି ନିଜର ବ୍ୟବସାୟ ବଡାଇବା ସହ ଅନ୍ୟ ରାଜ୍ୟର ବେପାରୀ ମାନଙ୍କ ସହିତ ଯୋଡି ହୋଇ ପାରିବ । ସେହିପରି ଜଣେ ଚାଷୀ ତାର ଉତ୍ପାଦନ କରୁଥିବା  ଫସଲ ବା ସାମଗୀକୁ ଇ-ନାମ ମାଧ୍ୟମରେ ନିଜର ଜିନିଷ ବିକ୍ରୟ କରିବା ସହିତ କିଣି ମଧ୍ୟ ପାରିବ ସେ ସମ୍ପର୍କରେ ବୁଝାଇଥିଲେ । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର  ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ  ସହଯୋଗ କରିଥିଲେ । ସୁରେନ୍ଦ୍ର କୁମାର ଦତ୍ତ  ଧନ୍ୟବାଦ ଦେଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୬/୨୦୨୨---୪.୫୦   

Sakhigopal News, 21/6/2022

Blog Archive

Popular Posts