Breaking News

ସାକ୍ଷୀଗୋପାଳ ରେ ଡାକମେଳା ଅନୁଷ୍ଠିତ

A postal fair is being held in Sakshigopala.
ସାକ୍ଷୀଗୋପାଳ-------ସତ୍ୟବାଦୀ ରେ ପ୍ରଥମ କରି ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଡାକମେଳାର ଆୟୋଜନ କରିଥିଲେ ଉପଖଣ୍ଡ ଡାକଘର । ସାକ୍ଷୀଗୋପାଳ ହାଇସ୍କୁଲ ପରିସରରେ ଥିବା ସିଟି ସ୍ଳୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ପୁରୀ ଡାକମଣ୍ଡଳର ଡାକ ଅଧୀକ୍ଷକ ବିପିନି ବିହାରି ମହାନ୍ତି, ଆଇ,ପି,ପି,ବିର ଶାଖା ପରିଚାଳକ ପ୍ରତିଶି ସ୍ବାଇଁ, ପିପିଲି ସବ ଡିଭିଜନର ଡାକ ନୀରିକ୍ଷକ ବିଜୟ ନାୟକଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ ଓ ସମାଜସେବୀ ଦୁର୍ଗା ପ୍ରସନ୍ନ ରଥ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ସଭାପତିତ୍ବ କରିଥିଲେ । ଏହି ଅବସରରେ ଜନ୍ମ ରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ ର ଆଧାର ଲିଙ୍କ କରାଯାଇଥିଲା । ଗୋପାଳପୁରପାଟଣା -୧, ଗୋପାଳପୁରପାଟଣା-୨, ରଙ୍ଗଣିସାହି,ଅହମଦପୁର, ସେନାପତିସାହି, ନୂଆଗାଁ ସିଡି,ଫୁଳଅଳସାର ୨୮୨ ଜଣ ଶିଶୁଙ୍କର ଆଧାର ଲିଙ୍କ କରାଯାଇଥିଲା । ସମସ୍ତ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଆଧାର ଲିଙ୍କ ରେ ଡାକ ବିଭାଗ ର କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହା ସହିତ ନୂତନ କରି ୧୦ଜଣ ସୁକନ୍ୟା ଯୋଜନା କରିବା ସହ ୪୦ ଜଣ ପି,ପି,ଏବଂ ଫଣ୍ଡ କରିଥିଲେ । ଡାକ ବିଭାଗ ପକ୍ଷରୁ ଗଙ୍ଗାଜଳ ବିକ୍ରୟ କରାଯାଇଥିଲା।ଡାକ ବିଭାଗ ପକ୍ଷରୁ ସମସ୍ତ ଯୋଜନା ସମ୍ପର୍କରେ ଅତିଥି ମାନେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଡାକ ବିଭାଗର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୬/୨୦୨୨----୫,୪୦ Sakhigopal News,22/6/2022

Blog Archive

Popular Posts