Breaking News

ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ଜମିରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଜବରଦଖଲ ଉଛେଦ

The Oriya Language University has been forcibly evicted from the land by the Satyavadi administration.

    ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ବାଳିକା ଉଚ୍ଚ ବିଦ୍ଯାଳୟ ପଛପଟେ ଥିବା ସତ୍ଯବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ଜମିରୁ ସତ୍ଯବାଦୀ ପ୍ରଶାସନ ପକ୍ଷରୁ ଶୁକ୍ରବାର ଜବରଦଖଲ ଉଛେଦ କରାଯାଇଛି  । ତହସିଲଦାର ଜୟନ୍ତ କୁମାର ଜୟସିଂହ ନେତୃତ୍ବରେ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ ସତ୍ଯବାଦୀ ଥାନା ଆଇଆଇସି ବିଜୟକେତନ ବେହେରା ଦେଢ ପ୍ଲାଟୁନ ପୋଲିସ  ନେଇ ଜବରଦଖଲ ଉଛେଦ କରିଥିଲେ  । ଉକ୍ତ ଜମି ସତ୍ଯବାଦୀ ସାକ୍ଷୀ ଗୋପୀନାଥ ଦେବ ଠାକୁରଙ୍କର ଥିଲା  । ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ପାଇଁ ସରକାର ଉକ୍ତ ଜମି କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଠାରୁ କିଣିଥିଲେ  । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ସାମାନ୍ଯ ଉତେଜନା ପ୍ରକାଶ ପାଇଥିଲା  । ତେବେ ତହସିଲଦାର ବୁଝାସୁଝା କରିବା ପରେ ତାହା ପ୍ରଶମିତ ହୋଇଥିଲା  । ଏହି ଜମି ଉପରେ  ସଂଖ୍ଯା ଲଘୁ ସଂପ୍ରଦାୟ ବସବାସ କରୁଥିବା ରେକର୍ଡ ରହିଛି  । ହେଲେ ଏବେ ଉକ୍ତ ପରିବାର ଗୁଡିକ କାଳକ୍ରମେ ପ୍ରୁଥକ ହୋଇ ଯାଇଥିବା ଦ୍ରୁଷ୍ଟି ରୁ ତାହା ୭ ଟି ପରିବାର ହୋଇଛନ୍ତି  । ଉଚ୍ଛେଦ ହୋଇଥିବା ପରିବାର ଙ୍କୁ ଅହମଦପୁର ନିକଟରେ ୪ ଡିସିମିଲ  ଜମି ଯୋଗାଇ ଦିଆଯାଇଛି ବୋଲି ତହସିଲଦାର ଜୟନ୍ତ କୁମାର ଜୟସିଂହ କହିଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୬/୨୦୨୨----୮,୧୦ 

Blog Archive

Popular Posts