ଗାଲେରୀ ଠାରେ ତାରସିଂ ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ
Our police program on behalf of Tarsingh police station in Gallery.
ଭଞ୍ଜନଗର-ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଠାରେ ଆମ ପୋଲିସ ସମିତି ପକ୍ଷରୁ ସଚେତନ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସୁମତି ଗୈାଡ , ସ୍ଥାନୀୟ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ,ବୁଦ୍ଧିଜୀବୀ , ଅଙ୍ଗନବାଡି କର୍ମୀ ,ଆଶାକର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷକରି ଗୁଣି ଗାରେଡି ଭଳି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା , ସାଇବର୍ ଠକେଇ , ଅପରାଧିକ ତତ୍ବ ଓ ଅସାମାଜିକ କାର୍ଯ୍ୟକଳାପ ଠାରୁ ଦୁରେଇ ରହିବା । ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ସମସ୍ତଙ୍କ ଦାୟିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପୋଲିସ୍ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ରହିବା ଆବଶ୍ୟକ ବୋଲି ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ ନିଜ ପ୍ରତିକ୍ରିୟାରେ କହିଥିଲେ । କାର୍ଯ୍ୟକ୍ରମ ରେ ଗାଲେରୀ ଫାଣ୍ଡି କର୍ମଚାରୀ ଙ୍କ ସମେତ ସ୍ଥାନୀୟ ଯୁବଗୋଷ୍ଠୀ ମାନେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୨---୮,୪୬ Sakhigopal News,26/62022