ଡେଲାଙ୍ଗ ରୋଗୀ କଲ୍ୟାଣ ସମିତି ବୈଠକ
Delang Patient Welfare Committee meeting.
ଡେଲାଙ୍ଗ----ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ରୁଦ୍ର ପ୍ରତାପ ମହାରଥି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ,ଉପାଧ୍ୟକ୍ଷ ଦୃର୍ବାଶା ନିଶଙ୍କ,ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ,ଏବିଡିଓ ପ୍ରଦିପ୍ତ କୁମାର ନାୟକ,ଡେଲାଙ୍ଗ ବ୍ଲକ ସହ ଶିକ୍ଷାଧିକାରୀ ଯୁଧୀଷ୍ଠିର ପରିଡା,ସିଡିପିଓ ହାରାମଣି ନାୟକ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବଳରାମ ପଟ୍ଟନାୟକ,ବିପିଏମ ଦିଲିପ କୁମାର ପରିଡା ,ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ରୋଗୀ କଲ୍ୟାଣ ସମିତିର ଆର୍ଥିକ ବର୍ଷ୨୨/୨୩ ର ବଜେଟ ଉପସ୍ଥାପନ ସହିତ ଅନୁମୋଦନ କରାଯାଇଛି । ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ବର୍ଷ ହେବ ଖାଲି ପଡିଥିବା ଶିଶୁ ଓ ସ୍ତ୍ରୀ ଓ ପ୍ରସୁତୀ ବିଭାଗର ଡାକ୍ତର ପଦବୀ ପାଇଁ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରାଯାଇ ଯଥା ଶିଘ୍ର ଖାଲି ଥିବା ପଦବୀ ପୁରଣ କରାଯିବ ବୋଲି ବିଧାୟକ କହିଛନ୍ତି । ସେହିପରି ୧୧ଟି ନୁତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସହିତ ଘୋରଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୁତନ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳି ସାରିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସ୍ଥାନ ନିରୁପଣ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ମେଡିକାଲ ପରିସରରେ ନୁତନ ଓପିଡି ଗୃହ ନିର୍ମାଣ ,ସାପ କାମୁଡା ଇଞ୍ଜେକ୍ସନ ସହିତ ଆବଶ୍ୟକତା ମୁତାବକ ମେଡିସିନ ମେଡିକାଲରେ ମହଜୁଦ ରଖିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କୁ ବିଧାୟକ ଶ୍ରୀମହାରଥି ନିର୍ଦ୍ଦେଶ ଦେଇଛନ୍ତି । ଡେଲାଙ୍ଗରୁ ଧିରେନ୍ଦ୍ର ସେନାପତି, ୩୦/୬/୨୦୨୨---୫,୧୦ Sakhigopal News , 30/6/2022