Breaking News

ପାନ ଦେକାନରୁ ବିଦେଶୀ ଓ ଦେଶୀ ମଦ ଜବତ; ୧ ଗିରଫ

Foreign and local liquor confiscated from Pan Decan; 1 arrested.

ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ଗବକୁଣ୍ଡ ବ୍ରିଜ ନିକଟରେ ଏକ ପାନ ଦେକାନରୁ ବିଦେଶୀ ଓ ଦେଶୀ ମଦ ଜବତ କରିବା ସହ ଯୁବକଙ୍କୁ ଗିରଫ କରିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଥାନାର ଏ.ଏସ.ଆଇ ମଞ୍ଜୁଲତା ଦେଇ  ଉକ୍ତ ଅଞ୍ଚଳରେ ୱାରେଣ୍ଟି, ନିଶାକାରବାର, ଅସମାଜିକ ବ୍ୟକ୍ତି ମାନଙ୍କ ଉପରେ ନଜର କରିବା ସହ ରେଡ କରିବା ପାଇଁ ଯାଇଥିଲେ । କୌଣସି ସୁତ୍ରରୁ ଖବର ପାଇଁ ବଳପୁର ଗ୍ରାମର ବେହେରାସାହିର ସୁଶାନ୍ତ ରାଉତଙ୍କ ପାନ ଦେକାନ ଉପରେ ପୋଲିସ ଚଡାଉ କରି ଆସ୍କାଫଟି ୨୫ବୋତଳ, ୨ ପ୍ୟାକେଟ ପାଉଚ ସହିତ ୨୦ ଗୋଟି  ବିୟର ବିଦେଶୀ ମଦ ଜବତ କରିବା ସହ ସୁଶାନ୍ତଙ୍କୁ ଗିରଫ କରାଯାଇଛି । ଏ.ଏସ.ଆଇଙ୍କ ଲିଖିତ ଅଭିଯୋଗ କ୍ରମେ ୧୮୫/୨୨ରେ ଏକ ମାମଲା ରୁଜ କରାଯାଇଥିବା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୬/୨୦୨୨---୪,୪୫  

 Sakhigopal News, 20/6/2022

Blog Archive

Popular Posts