Breaking News

ଜନାର୍ଦ୍ଦନ ପାଠାଗାର ପକ୍ଷରୁ ଯୋଗ ଦିବସ

 Yoga Day on behalf of Janardhan Library
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ଜନାର୍ଦ୍ଦନ ପାଠାଗାର ପକ୍ଷରୁ ପ୍ରାଚୀନ ଗତିଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଶିବିରରେ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ଓ ଗୁରୁମା ମାନେ ଯୋଗ ଦେଇଥିଲେ । ପ୍ରଥମେ ମନ୍ଦିର ସଫେଇ କରାଯିବା ପରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ପାଠାଗାର ର ସଭାପତି ଡ଼, ଯୋଗେନ୍ଦ୍ର ନାୟକ, ସମ୍ପାଦକ  ପ୍ରଶାନ୍ତ କୁମାର ବିଶ୍ବାଳ , ରବିନ୍ଦ୍ର କୁମାର ସାହୁ, ସାଧୁ ବିଜୟ ପ୍ରଧାନ,ଶ୍ରୀକାନ୍ତ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଯୋଗ କରିବା ଦ୍ୱାରା ସୁସ୍ଥ, ସବଳ ସୁନ୍ଦର ରହିଥାଏ । ସମୟ ଆସିଛି ଏବେ ଘରେ ଘରେ ଯୋଗ କରିବା ଦରକାର ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ମନ୍ଦିର ସେବାୟତ ବଳରାମ ପଣ୍ଡା ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୬/୨୦୨୨ ----୭,୪୦ Sakhigopal News,21/6/2022

Blog Archive

Popular Posts