Breaking News

ଗଞ୍ଜେଇ ଚାଲାଣ ବେଳେ ପୋଲିସର ଚଢ଼ାଉ , ଯୁବକ ଗିରଫ

While pissing police, young arrows while spelling.
 
ଭଞ୍ଜନଗର--ଗଞ୍ଜେଇ ଭର୍ତ୍ତି ଅଖା ଧରି ବସ୍ କୁ ଅପେକ୍ଷା କରିଥିବା ବେଳେ ଭଞ୍ଜନଗର ପୋଲିସ  ଚଢ଼ାଉ କରିଛି । ୨୨ କିଲୋ ଗଞ୍ଜେଇ ଜବତ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି ପୋଲିସ । ସୂଚନା ପ୍ରକାରେ , ଭଞ୍ଜନଗର ଥାନା ପୋଲିସ  ପେଟ୍ରୋଲିଂ କରୁଥିବା ବେଳେ ମୁଜାଗଡ ରାସ୍ତାର  ସୋରାଦେବୀ ମନ୍ଦିର ନିକଟରେ ଜଣେ ଯୁବକ ଏକ ବସ୍ତା ଧରି ବସକୁ ଅପେକ୍ଷା କରିଥିଲା । ଏହାଦେଖି ପୋଲିସର ଯୁବକ ସନ୍ଦେହ ହୋଇଥିଲା । ପରେ ସଂପୃକ୍ତ ଯୁବକ ଧରିଥିବା ବସ୍ତାକୁ ତଲାସି କରିବା ପରେ ସେଥିରେ ଗଂଜେଇ ଥିବା ଜଣା ପଡିଥିଲା । ଘଟଣା ସ୍ଥଳରୁ ଯୁବକ କୁ ଗିରଫ କରିବା ସହ ୨୨ କିଲୋ ୭୬୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ । ଏନେଇ ଭଂଜନଗର ଥାନା ପୋଲିସ ୩୧୮/୨୨ ରେ ଏକ ମାମଲା ରୁଜୁ କରି , ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ଭଞ୍ଜନଗର ଅଞ୍ଚଳର ମହମ୍ମଦ ଇମ୍ରାନ୍ ଓରଫ୍ ଇମୁ ବୋଲି  ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୭/୨୦୨୨-----୬,୨୦ Sakhigopal News,1/7/2022

Blog Archive

Popular Posts