Breaking News

ନବବିବାହିତା ଦମ୍ପତି ଙ୍କୁ ପ୍ରକୃତିବନ୍ଧୁ ମାନେ ଔଷଧୀୟ ବୃକ୍ଷ ଉପହାର ପ୍ରଦାନ କଲେ

The newlyweds were presented with medicinal plants by natural friends
 


କଟକ---- ନବବିବାହିତା ଦମ୍ପତି ଙ୍କୁ ପ୍ରକୃତିବନ୍ଧୁ ମାନେ ଔଷଧୀୟ ବୃକ୍ଷ ଉପହାର ପ୍ରଦାନ କରି ଏକ ଇତିହାସ ରଚିଲେ । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ପ୍ରସନ୍ନ କୁମାର ସାହୁଙ୍କର ସୁପୁତ୍ରୀ ଋତୁପର୍ଣ୍ଣାଙ୍କର କାଲି ବୈଦିକ ରୀତିରେ ଶୁଭ ପରିଣୟ ହୋଇଥିଲା । ଏହି ଅବସରରେ ପରିବାର ତରଫରୁ ବାଙ୍କୀର ପରିବେଶ ବିତ୍ତି ଓ "ପ୍ରକୃତିବନ୍ଧୁ" ମାନଙ୍କୁ ଉକ୍ତ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା ।ନିମନ୍ତ୍ରୀତ ଅତିଥିମାନେ କନ୍ଯାକୁ ଅର୍ଥ , ସୁନା ଅଳଙ୍କାର ଇତ୍ୟାଦି ବିଭିନ୍ନ ଉପହାର ପ୍ରଦାନ କରି ନବଦମ୍ପତ୍ତିଙ୍କୁ ଶୁଭ ଆଶିର୍ବାଦ ପ୍ରଦାନ କରିଥାନ୍ତି । ବାଙ୍କୀର " ପ୍ରକୃତିବନ୍ଧୁ " ମାନେ କନ୍ଯାକୁ  ବିଭିନ୍ନ ଔଷଧୀୟ ବୃକ୍ଷ ଉପହାର ପ୍ରଦାନ କରି କନ୍ୟାକୁ ଶୁଭ ଆଶିଷ ପ୍ରଦାନ କରିଥିଲେ । " ପ୍ରକୃତିବନ୍ଧୁ " ମାନଙ୍କର ଲକ୍ଷ୍ୟ ଥିଲା ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା । ବରକନ୍ଯା ତାଙ୍କର ବୈବାହିକ ଜୀବନର ପ୍ରଥମ ପାହାଚ ଚଢିବା ପୂର୍ବରୁ ନିଜ ବାଡ଼ିରେ ଔଷଧୀୟ ବୃକ୍ଷ ରୋପଣ କରି ,ତାକୁ ନିଜର ବିବାହ ସ୍ମାରକୀ ରୂପେ ଯତ୍ନ ନେବେ । ଯାହା ଫଳରେ ପରିବେଶ ସୁରକ୍ଷା ହେବା ସହିତ ମଣିଷ ସମାଜର ହିତରେ ଲାଗପାରିବ । ଉତ୍ସବରେ " ପ୍ରକୃତିବନ୍ଧୁ " ବଳରାମ ପାଇକରାୟ , ମନୋଜ କୁମାର ମହାପାତ୍ର , ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ , ଅକ୍ଷୟ କୁମାର ସାମଲ ,ଦୀପକ ସାମନ୍ତରା ଓ ପ୍ରକୃତିପ୍ରେମୀ ବଂଶୀଧର ମହାପାତ୍ର ପ୍ରଭୃତି ଯୋଗଦାନ କରିଥିଲେ । ଅଭିନବ ଉପାୟରେ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ସମାଜକୁ ସଚେତନତା ବାର୍ତ୍ତା ପ୍ରଦାନ କରିବାର ପ୍ରୟାସକୁ କନ୍ୟାର ପରିବାରବର୍ଗ ,ବନ୍ଧୁବାନ୍ଧବ ଓ ଉପସ୍ଥିତ ଥିବା ଜନସାଧାରଣ ,ପରିବେଶବିତ୍ ଓ ବୁଦ୍ଧିଜୀବି ମାନେ ଉଚ୍ଚ ପ୍ରଶଂସା କରିଛନ୍ତି । 
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୮/୬/୨୦୨୨----୫,୧୦  Sakhigopal News,18/6/2022

Blog Archive

Popular Posts