ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଗୋପବନ୍ଧୁଙ୍କ 94ତମ ଶ୍ରାଦ୍ଧବାର୍ଷିକ ପାଳିତ
Sakshigopala Utkalmani Gopbandhu Memorial College celebrates Gopbandhu's 94th anniversary.
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ବୁଧବାର ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତିକାନ୍ତ ପରିଡା କହିଥିଲେ ଯେ ସାମାଜିକ, ରାଜନୈତିକ, ଶିକ୍ଷା ତଥା ସଂସ୍କାର, ସାମ୍ବାଦିକତା, ସାହିତ୍ୟ ସହିତ ଓଡିଆ ଭାଷା ପ୍ରତି ରହିଥିବା ମହାନ ଅବଦାନ ସମ୍ପର୍କରେ ମତ ରଖିଥଲେ । ଗୋପବନ୍ଧୁ ହେଉଛନ୍ତି ଓଡିଶାର ଭାଗିରଥି ବୋଲି କହିଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ରତ୍ନାକର ସାହୁ ସମାଜ ପ୍ରତି ମହାନତ୍ମା ଗୋପବନ୍ଧୁ ଯେଉଁସବୁ ନିଃସ୍ୱାର୍ଥପର ସେବା ରହିଛି ସେ ସମ୍ପର୍କରେ ଆଲୋକପାତ କରିବାସହ ସମୟ ଆସିଛି ସେହିସେବା ପଥରେ ସାମିଲ ହେବା ପାଇଁ ଆହ୍ୱନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ର. ସ୍ୱର୍ଣ୍ଣଲତା ମାହାରୀ, ପ୍ର. ପ୍ରପୁଲ ମହାନ୍ତି, ପ୍ର. ବିଜୟଲକ୍ଷ୍ମୀ ମିଶ୍ର, ପ୍ର. ସଂଜୟ କୁମାର ସାହୁ, ପ୍ର. ଦୀପକ୍ତମୟୀ ସାହୁ, ପ୍ର. ମଧୁସ୍ମିତା ସାହୁ, ପ୍ର. ଦର୍ଶନୀ ବାରିକ, ପ୍ର. ଜ୍ୟୋତିରଞ୍ଜନ ରଥ, ପ୍ର. ଜିତନ୍ଦ୍ରେ ଦାଶ, ମହେଶ୍ୱର ମିଶ୍ର, ବୀରକିଶୋର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ମହାବିଦ୍ୟାଳୟର ବଡବାବୁ ରାଜ କିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୬/୨୦୨୨---୭,୧୦ Sakhigopal News---29/6/2022