ସାଇଁତଲ କଂଗ୍ରେସ ପକ୍ଷରୁ ତହସିଲ ଅଫିସ ଘେରାଉ
The siege of the tehsil office on behalf of the Seattle Congress
ବଲାଙ୍ଗୀର:ସଇଁତଲା ବ୍ଲକ କଂଗ୍ରେସ ପକ୍ଷରୁ ଆଜି ଫସଲ ବୀମା ଓ ମରୁଡି ସହାୟତା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନରୁ ଶତାଧିକ ଚାଷୀ ଓ କଂଗ୍ରେସ କର୍ମୀମାନେ ମଟରସାଇକେଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୦୨୧ ଖରିଫରେ ବ୍ଲକ ଅଞ୍ଚଳରେ ବର୍ଷା ହାନି ନେଇ ଅନେକ ଜମିରେ ରୁଆ ବିହୁଡା କାର୍ଯ୍ୟ ଆରମ୍ଭ ହୋଇପାରିନଥିବାରୁ ହଜାର ହଜାର ଏକର ଜମି ପଡିଆ ପଡିଥିଲା । ଋଣ କରି ଅନେକ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିବା ନେଇ ଋଣ ଗ୍ରସ୍ତ ହୋଇଛନ୍ତି । ଫସଲ କ୍ଷତି ନେଇ ଚାଷୀ ତଳିତିଳାନ୍ତ ହୋଇଛନ୍ତି।ଫସଲ କ୍ଷତି ହେଲେ ବୀମା ସହାୟତା ମିଲୁନି ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ମରୁଡି ଘୋଷଣା ସହ ମରୁଡ଼ିର ସ୍ଥାୟୀ ସମାଧାନ ପାଇଁ ତେଲ ନଦୀ ଓ ଲାନ୍ଥ ନଦୀରେ ବ୍ଯାରେଜ ନିର୍ମାଣ, ମରୁଡି ପ୍ରପୀଡ଼ିତ ଚାଷୀ ମାନଙ୍କୁ ମାଗଣାରେ ବିହନ ସାର ଯୋଗାଇ ଦିଆଯାଉ । ନହେଲେ ଅଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଚେତାବନୀ ଦେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନୀ ସଭାରେ ବ୍ଲକ କୃଷକ ସଙ୍ଗଠନ ସଭାପତି ସତ୍ୟନାରାୟଣ ପଣ୍ଡା, ଜୁରାବନ୍ଦ ସରପଞ୍ଚ କରିସ୍ମା ନନ୍ଦ, ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀ,ସଇଁତଲା ଜିଲ୍ଲା ପରିସଦ ପ୍ରମୋଦ ଭୋଇ,ଉତ୍ତମ ପଟେଲ,ଅଶୋକ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବାଞ୍ଛାନିଧି ବୁଡେକ, ଗଦାଧର ସାହୁ, ଅମିତ ରଥ,ମିନିକେତନ ସେଠ,ସୁଶାନ୍ତ ସାହୁ ଓ ସୁବ୍ରତ ବେହେରା ସମେତ ଶତାଧିକ କଂଗ୍ରେସ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ।
ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ଫୋର୍ସ ସହ ସେଠାରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୨୧/୬/୨୦୨୨⁶-----୫,୧୦ Sakhigopal News,21/6/2022