ବିଶ୍ୱ ମରୁଭୂମି ଓ ମରୁଡି ମୁକାବିଲା ଦିବସ ସଚେତନତା
World Desert and Drought Awareness Day awareness.
ଡେଲାଙ୍ଗ :ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ ପୁରୀ ପକ୍ଷରୁ ବିଶ୍ୱ ମରୁଭୂମି ଓ ମରୁଡି ମୁଜାବିଲା ଦିବସ ଅବସରରେ ଏକ ସଚେତନତା ଶିବିର ପାଳିତ ହୋଇଯାଇଛି । ଟ୍ରଷ୍ଟ ର ପ୍ରତିଷ୍ଠାତା ପରିବେଶବିତ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ କହିଲେ -1995 ମସିହା ଜାନୁଆରୀ 30ତାରିଖ ରେ ମିଳିତ ଜାତିସଂଘ ର ସାଧାରଣ ସଭାରେ ଏହି ଦିବସ ଘୋଷଣା କରାଯାଇଥିଲା । ମରୁଡି ହେଉଛି ସ୍ଥାୟୀବିକାଶ ର ଏକ ବଡ଼ ବିପଦ । ଜାତିସଂଘ ଦ୍ୱାରା ପ୍ରତିବର୍ଷ ଜୁନ ସତର ତାରିଖ ରେ ଏହା ପାଳିତ ହୋଇ ଆସୁଅଛି । 2000ମସିହା ଠାରୁ ମରୁଡି ସଂଖ୍ୟା ଅବଧି 29ପ୍ରତିଶତ ବଢିଛି । ଜଳାଭବ ମଧ୍ୟ ଗୁରୁତର ସମସ୍ୟା ରୂପେ ଉଭା ହୋଇଛି । ଏହାର ମୁକାବିଲା ଜରୁରୀ ସହ ଜନସଂଖ୍ୟା ନିୟନ୍ତ୍ରଣ ଅବଶ୍ୟମ୍ଭାମ୍ବୀ ହୋଇପଡିଛି । ଏହାର ମୁକାବିଲା କରିବାସହ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବହୁଳ ବୃକ୍ଷରୋପଣ ହିଁ ଏହାର ସମାଧାନ କରିପାରିବ ବୋଲି ଶ୍ରୀଯୁକ୍ତ ପାଢ଼ୀ ମତବ୍ୟକ୍ତ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୬/୨୦୨୨---୮,୧୦
Sakhigopal News,18/6/2022