>>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • >>
  • ବେଆଇନ ମଇଁଷି ଚାଲାଣ ; ୧୧ମଇଁଷି ଉଧାର , ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • >>
  • ବିଶ୍ୱ ପର୍ଯ୍ୟାବରଣ ଦିବସରେ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରିବା ଭାରତୀୟ ରେଳବାଇର ମୁଖ୍ୟ ଲକ୍ଷ
  • >>
  • ଧର୍ମ ପରାୟଣ ମହିଳାଙ୍କ ପରଲୋକ
  • >>
  • ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରାଜ୍ଯ ସୋସିଆଲ ମିଡିଆରେ ସାମିଲ ହେଲେ ସତ୍ୟବାଦୀ ର ଲିପ୍ତି ରଞ୍ଜନ ପ୍ରଧାନ
  • >>
  • ବଣୁଆ ହାତୀଙ୍କ ଉପଦ୍ରବ, ବିରିକୋଟରେ ଘର ଭାଙ୍ଗିଲେ
  • >>
  • ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନେମାହନ ସିଂହଙ୍କ ପରଲୋକ
  • >>
  • ପ୍ରକୃତି ବନ୍ଧୁ ସମ୍ମାନୀତ ଶିକ୍ଷକ ଦ୍ଵିତୀକୃଷ୍ଣ:ଇଣ୍ଟରନେସନାଲ୍ ସୋସିଆଲ ଅନରେବଲ୍ ଆଓ୍ଵାର୍ଡ ସହ ପାଇଲେ ଡକ୍ଟରେଟ ସମ୍ମାନ
  • >>
  • କନ୍ଧମାଳରୁ - ପୁରୀ ଗଞ୍ଜେଇ ଚାଲାଣ ; ଅବକାରୀ ବିଭାଗର ଚଢ଼ାଉ, କାର୍ ସହ ୬୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
  • >>
  • ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ବ୍ୟାପକ ଟିକେଟ ଯାଞ୍ଚ
  • >>
  • ରାସ୍ତା ବିବାଦକୁ ନେଇ ସାମ୍ବାଦିକଙ୍କୁ ଆକ୍ରମଣ , ଜଗନ୍ନାଥ ମନ୍ଦିର ପ୍ରଶାସନର ଖାମଖିଆଲ ନୀତି ପାଇଁ ଜମି ଦଲାଲ ଙ୍କ ମନମାନି
  • >>
  • ଦୁର୍ନୀତିର ଗନ୍ତାଘର ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟ ; ଷ୍ଟାମ୍ପ ପେପର୍ ଓ ଷ୍ଟାମ୍ପ ଟିକଟ ବିକ୍ରୀରେ ଚାଲିଛି ଦଲାଲଗିରି
  • >>
  • ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶିକ୍ଷକ ଅମରେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି
  • ୟୁ ବି ହାଇ ସ୍କୁଲରେ ବିଶ୍ଵ ଯୋଗ ଦିବସ




        ଭଂଜନଗର -----   ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯୋଗ ଦିବସ  ପାଳିତ ହୋଇଯାଇଛି । ଏନ ସି ସି ଆର୍ମି ଅଫିସର (2 ଓଡିଶା ବିନ ଏନସିସି) ଶ୍ୟାମା ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ   ଯୋଗ ଦିବସରେ ଏନସିସି କ୍ୟାଡେଟ ମାନଙ୍କ ଦ୍ଵାରା ଯୋଗ ଦିବସ ସମ୍ପର୍କିତ ଚିତ୍ର, ସ୍ଲୋଗାନ, ପ୍ରବନ୍ଧ ପ୍ରତିଯୋଗିତା ସହ ଆଲୋଚନାଚକ୍ର କରାଯାଇଥିଲା ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ "ସ୍ବାସ୍ଥ୍ୟ ହିଁ ସଂପଦ " ଓ ଶ୍ରୀ ମିଶ୍ର " ଯୋଗ ରଖିବ ନୀରୋଗ ଏବଂ ସୁସ୍ଥ ସମାଜ ଦେଶର ମେରୁଦଣ୍ଡ " ବୋଲି ମତ ରଖିଥିଲେ । ଏହା ସହିତ ସୁସ୍ଥ ଜୀବନ ନିମନ୍ତେ ଦିନଚର୍ଯ୍ୟା ରେ ଯୋଗ ଓ ବ୍ୟାୟାମ କୁ ଆପଣେଇ ନିଜେ ଫିଟ୍ ରହିବା ପାଇଁ ଶ୍ରୀ ମିଶ୍ର କ୍ୟାଡେଟ ମାନଙ୍କୁ ଆହ୍ଵାନ ଦେଇ ଥିଲେ । ଏହି ଅବସରରେ ବଜ୍ରାସନ, ମୟୂରାସନ , ପର୍ବତାସନ , ଉତ୍ତାନପାଦାସନ ଆଦି ଅନେକ ପ୍ରକାରର ଆସନ ପ୍ରଦର୍ଶନ କରାଯାଇଥିଲା ।  କାର୍ଯ୍ୟ କ୍ରମରେ ଏନ ସି ସି ନାଭାଲ ଅଫିସର କେଦାର ନାଥ ସେଠୀ, ଏୟାର ଅଫିସର ପ୍ରଶାନ୍ତ କୁମାର ପ୍ରଧାନ, ଅମିତ କୁମାର ବେହେରା , ବରିଷ୍ଠ ଶିକ୍ଷକ ଉମାକାନ୍ତ ନାହାକ , ସ୍କାଉଟ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ  ସକ୍ରିୟ ସହଯୋଗ କରିଥିଲେ ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୬/୨୦୨୨---- ୫,୨୦  
    Sakhigopal News,21/6/2022

    Blog Archive

    Popular Posts