>>
  • ଜଟଣୀ ସହରରେ ଓଡିଶା ବନ୍ଦର ସମ୍ୟକ ପ୍ରବାହ , ବ୍ୟବସାୟୀ ଭାଇମାନଙ୍କ ସ୍ୱତଃପ୍ରତ ସମର୍ଥନ
  • >>
  • ଭଞ୍ଜନଗରରେ ଓଡିଶା ବନ୍ଦ ଶାନ୍ତି ପୂର୍ଣ୍ଣ ଭାବେ ପାଳନ
  • >>
  • ବିଜେପି ସରକାର ଡାଉନ୍ ଡାଉନ୍ , ସତ୍ୟବାଦୀ ରେ ଓଡ଼ିଶା ବନ୍ଦ ସଫଳ ଦେଖିବାକୁ ମିଳିଛି
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଦୁତୀୟ ଦିନ ; ଡ୍ରୋନ କ୍ୟାମେରା ଦ୍ବାରା ଫଟୋ ଉତ୍ତୋଳନ
  • >>
  • ସାକ୍ଷୀଗୋପାଳ ପୋଲିସ ପକ୍ଷରୁ ଚୋରା ବାଲି ଟ୍ରକ ଜବତ
  • >>
  • ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମ୍ରୁତ୍ୟୁ ଘଟଣାକୁ ନେଇ ସତ୍ଯବାଦୀ ଯୁବ କଂଗ୍ରେସ ପକ୍ଷରୁ ଦୀପଦାନ ଓ ବିକ୍ଷୋଭ
  • >>
  • ଭଞ୍ଜନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ
  • >>
  • ସାକ୍ଷୀଗୋପାଳ - ଅଳଗୁମ ଓଭରବ୍ରିଜ ସର୍ଭେ ଚାଲିଥିବା ବେଳେ ବିରୋଧ କଲେ ବ୍ୟବସାୟୀ; ପ୍ରଶାସନ ମୁଣ୍ଡ ନୁଆଇଁଲା ବ୍ୟବସାୟୀଙ୍କ ନିକଟରେ
  • >>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟଙ୍କ ଯୋଗଦାନ

    Mr. Jyoti Shankar Rai has joined as the new Deputy District Magistrate of Bhanjanagar.


    ଭଞ୍ଜନଗର---ସୋମବାର ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଶ୍ରୀ ଜ୍ୟୋତି ଶଙ୍କର ରାୟ ଯୋଗଦାନ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି, ଜନଜାତି ଅଧିକାରୀ ଅମୀୟ କୁମାର ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଓ କନିଷ୍ଠ ସହାୟକଙ୍କ ସହ କାର୍ଯ୍ୟାଳୟର ସବୁ କର୍ମଚାରୀଗଣ ନୂତନ ଉପଜିଲ୍ଲାପାଳ ଶ୍ରୀ ରାୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପୂର୍ବରୁ ଶ୍ରୀ ରାୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଛତ୍ରପୁର, ଗଞ୍ଜାମର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକ ଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜନହିତରେ ସରକାରୀ ଯୋଜନାକୁ ସଫଳରୂପେ ରୂପାୟନ କରିବାକୁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି। ସେ ସମସ୍ତ କର୍ମଚାରୀଗଣଙ୍କୁ 5T ଅନୁଯାୟୀ ଦଳଗତ ସ୍ୱଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି ।  ଏଠାରେ ଥିବା ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ପଦୋନ୍ନତି ପାଇ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜରେ ରେଜିଷ୍ଟରଭାବେ ଯୋଗ ଦେଇଛନ୍ତି ।
    ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୬/୨୦୨୨-----୭,୨୦  Sakhigopal News,20/6/2022

    Blog Archive

    Popular Posts