ଆମ ପୁଲିସ ସମିତିର ସଚେତନତା ଶିବିର
Awareness camp of our police committee
ଭଞ୍ଜନଗର --ସ୍ଥାନୀୟ ଆମ ପୁଲିସ ସମିତିର ଏକ ସଚେତନତା ଶିବିର ଭଞ୍ଜନଗର ନିକଟସ୍ଥ ଜବାହାର ଉଚ୍ଚବିଦ୍ୟାଳୟ ବଡ଼କୋଦଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ ସଭାରେ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ପୌରହିତ୍ୟ କରିଥିଲେ । ଆମ ପୁଲିସ ସମିତିର ବରିଷ୍ଠ ସଦସ୍ୟ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଡ଼କ୍ଟର ପୂର୍ଣଚନ୍ଦ୍ରତ୍ରିପାଠୀ, ଗୋଷ୍ଟୀ ଶିକ୍ଷା ଅଧିକାରୀ ଏସ.ଧନଞ୍ଜୟ, ଥାନାଧିକାରୀ ଧୀରେଶ କୁମାର ଦାସ, ଶିକ୍ଷାବିତ୍ ଜଗବନ୍ଧୁ ଜେନା,ସମିତିସଭ୍ୟ ମନୋଜ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ସାଇବର ଅପରାଧ, ଗୁଣିଗାରିଡି, ବାଲ୍ୟବିବାହ,ବୁଢା ବାପା ଓ ମାଆ ଙ୍କୁ ଭରଣ ପୋଷଣ, ସର୍ବୋପରି ଗୁଟୁକା ସେବନର ଅପକାରିତା ସମ୍ବନ୍ଧରେ ଅତିଥିମାନେ ନିଜନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପାତ୍ର, ବିଶ୍ୱମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆମ ପୁଲିସ ସମିତିର ସଦସ୍ୟ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ରବିନାରାୟଣ ମହାନ୍ତି, ମୃତ୍ୟୁଞ୍ଜୟ ସୁବୁଦ୍ଧି, ସୁଶାନ୍ତ କୁମାର ମହାପାତ୍ର, ଲବଙ୍ଗ ଲତା ବେହେରା , ଶିକ୍ଷାବିତ୍ ଗଙ୍ଗାଧର ଦାସ, ସୁବାସ ଚନ୍ଦ୍ରତାରିଣୀ, ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଜ୍ୟୋସ୍ନା କୁମାରୀ ଦେବୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସମିତିର ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୬/୨୦୨୨-----୧୦,୪୦
Sakhigopal News,1/6/2022