ବାଇକ୍ ଗଛରେ ପିଟିହୋଇ ମାମୁଁ ଜୀବନ୍ତ ଦଗ୍ଧ, ଭଣଜା ଗୁରୁତର
My uncle was burnt alive and his nephew was seriously injured when he was hit by a bike
ଭଞ୍ଜନଗର-- ଭାଣଜୀ କୁ ଦେଖିବାକୁ ବାଇକ୍ ରେ ମାମୁଁ ଭଣଜା ଯାଉଥିବା ବେଳେ ଗଛରେ ବାଇକ୍ ପିଟି ହେଇ ଯାଇଥିଲା । ବାଇକ୍ ସହ ମାମୁଁ ଜୀବନ୍ତ ଜଳିଯାଇଥିବା ବେଳେ ଭଣଜା ଗୁରୁତର ଏମିତିଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବାରଦଣ୍ଡା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି ।ଜୀବନ୍ତ ଜଳିଯାଇଥିବା ମାମୁଁ ହେଲେ କାହ୍ମ ନାଇକ । ତାଙ୍କଘର ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୁପଲ୍ଲୀ ଗ୍ରାମରେ । ଭଣଜା ସାଗର ବେହେରାଙ୍କ ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପଙ୍କାଳବାଡି ଗ୍ରାମରେ ବୋଲି ଜଣାପଡିଛି ।ଖବର ନେବାରେ ସାଗରଙ୍କ ଭଉଣୀ ସନ୍ତେସିନୀ କୁ ଦେଖିବାକୁ ବାଇକ୍ ରେ ସାଗର ଓ ମାମୁଁ କାହ୍ମ ମିଶିକି ଯାଉଥିବା ବେଳେ ବାଇକ୍ ଟି ଦୁତଗତିରେ ଥିବାରୁ ବାଇକ୍ ଭାରସାମ୍ୟ ହରାଇ ବାରଦଣ୍ଡା ଗ୍ରାମ ନିକଟରେ ଏକ ଗଛରେ ପିଟି ହୋଇଥିଲା । ଫଳରେ ଭଣଜା ଛିଟିକି ହେଇ ପଡିଯାଇଥିବା ବେଳେ ମାମୁଁ ବାଇକ ସହ ଚାପି ହେଇ ପଡିଥିଲେ ।ବାଇକଟି କୈଣସି ଯାନ୍ତ୍ରିକ ତୁଟି ଯୋଗୁଁ ଜଳି ଉଠିଥିଲା । ବାଇକ୍ ସହ ମାମୁଁ କାହ୍ମ ଘଟଣାସ୍ଥଳରେ ଜଳି ଯାଇଥିଲା । ଏହି ଖବର ପାଇ ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ସହ ମାମୁଁ କାହ୍ମର ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହି ଘଟଣାକୁ ନେଇ ତାରସିଂ ଥାନାର ୧୬୨/୨୨ରେ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।ତାରସିଂ ପୁଲିସ ଘଟଣାସ୍ଥଳରେ ଥାନାଧିକାରୀ ଶ୍ରୀ ଦାଶ ପହଞ୍ଚି ସାଗରକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପୁଲିସ ଗାଡିରେ ଆଣୁଥିବା ସମୟରେ ବାଟରେ ୧୦୮ ଗାଡିକୁ ହସ୍ତାନ୍ତର କରିଥିଲେ । ଅଧା ବାଟରୁ ୧୦୮ ଗାଡି ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରାଯାଇଥିବା ବେଳେ ଏଠାରେ ସାଗରର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିଲା ।ଗୁରୁବାର ସକାଳେ କାହ୍ମର ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ତାରସିଂ ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୬/୨୦୨୨---୧୧,୧୦ Sakhigopal News,1/6/2022