ନାଏବ ସରପଞ୍ଚଙ୍କୁ ମାଡ ମାରି ଯୁବକ ଥାନାରେ ଅଟକ
The young man was beaten to death by the Naib Sarpanch and detained at the police station.
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ବେଣୁଧର ମହାରଣାଙ୍କୁ ୨୬ ତାରିଖ ରାତିରେ ଘରକୁ ଫେରୁଥିବା ସମୟରେ ପଟ୍ଟନାୟକିଆ – ସୁଆଣ୍ଡୋ ରାସ୍ତାର ହରିଆବୁଡା ମନ୍ଦିର ନିକଟରେ ବଳପୁର ଗ୍ରାମର ପଣ୍ଡା ସାହିର ପ୍ରକାଶ ପଣ୍ଡା ଗାଡି ଅଟକାଇ ବକାବନା କରିବା ସହ ମାଡ ମାରିବାରୁ ତଳେ ପଡିଯାଇଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେ ଲେଖିଛନ୍ତି ଯେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଅଭିଯୋଗକୁ ସତ୍ୟବାଦୀ ପୋଲିସ ଗ୍ରହଣ କରି ୧୬୭/୨୨ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଥଲେ । ଆଜି ପୋଲିସ ପ୍ରକାଶ ପଣ୍ଡାକୁ ଥାନାରେ ଅଟକ ରଖିଥବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୬/୨୦୨୨----୯,୩୫ Sakhigopal News, 2/6/2022