ରାସ୍ତାକଡ ଗଛକୁ ପିଟିଲା କାର୍ , ଘଟଣା ସ୍ଥଳରେ ଯୁବକ ମୃତ
ଭଞ୍ଜନଗର--ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କାର୍ । ଘଟଣା ସ୍ଥଳରେ ହିଁ କାର୍ ଚଳାଉଥିବା ଯୁବକଙ୍କର ମୃତ୍ୟୁ ହୋଇଯାଇଛି । ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ - ସୋରଡ଼ା ରାସ୍ତାର ଦୁବଲୁଣ୍ଡା ଗାଁ ନିକଟ ରାସ୍ତାରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବକ ଜଣକ କାଳିଆଗୁଡା ଗ୍ରାମର ଦେବାଶିଷ ପ୍ରଧାନ ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଯୁବକ ଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ଦେବାଶିଷ ଏବଂ ତାଙ୍କ ପରିବାରର ଗୋବରାରେ ରହୁଛନ୍ତି । ସେ ନିଜ କାର୍ ଏପି -୧୦-ଜିବି - ୧୭୧୮ , ନିଜେ ଡ୍ରାଇଭିଂ କରି ଲାଠିପଡା ରୁ କଣ୍ଟେଇପଲ୍ଲୀ ଦେଇ ଗୋବରା କୁ ଫେରୁଥିଲେ । ଦୁବଲୁଣ୍ଡା ଗାଁ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ କାର୍ ଟି ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ମଧ୍ୟ ପହଞ୍ଚିଥିଲେ । ଖବର ଲେଖା ସୁଧା ଗାଙ୍ଗପୁର ଥାନା ରେ କୈାଣସି ଏତାଲା ହୋଇନଥିଲା । ସୂଚନା ପ୍ରକାରେ ଦେବାଶିଷ ବାହାର ରାଜ୍ୟର ଏକ କମ୍ପାନୀ ରେ କାର୍ଯ୍ୟ କରୁଥିଲେ । କିଛିଦିନ ପୂର୍ବରୁ ସେ ଗାଁ କୁ ଆସିଥିଲେ । ତାଙ୍କର ଗୋଟିଏ ଦୁଇ ବର୍ଷର ଝିଅ ଟିଏ ଅଛି । ଗତ ଦୁଇ ବର୍ଷ ପୂର୍ବରୁ , ତାଙ୍କ ବାପା ଆଦିକନ୍ଧ ପ୍ରଧାନ ଙ୍କ ର ମଧ୍ୟ , ଦୁର୍ଘଟଣା ରେ ମୃତ୍ୟୁ ହୋଇଥିଲା । ଦେବାଶିଷ ସାନ ପୁଅ ଥିଲେ । କିଛି ବର୍ଷ ବ୍ୟବଧାନରେ ବାପା ଓ ପରେ ପୁଅ ଙ୍କ ଏଭଳି ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ରୁ , ପରିବାର ଏବେ ଏକ ପ୍ରକାର ବେସାହାରା ହୋଇପଡ଼ିଛି ।ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି , ପୋଲିସ ସୂତ୍ରରୁ ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୬/୨୦୨୨---୯,୧୦ Sakhigopal News,2/6/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୬/୨୦୨୨---୯,୧୦ Sakhigopal News,2/6/2022