Breaking News

ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନର ଜନସମ୍ପର୍କ ଯାତ୍ରା

The third term of the second term of the popular prime minister is a public relations trip.
 ବରଗଡ଼ ----- ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଜୀଙ୍କ  ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନ ର ସେବା, ସୁଶାସନ ଓ ଗରିବ କଲ୍ଯାଣ ପକ୍ଷର ଜନ ସମ୍ପର୍କ ଯାତ୍ରା ପାଳନ ଅବସରରେ ଜୁନ 15ତାରିଖ ବରଗଡ଼ ଜିଲ୍ଲା ଆର୍ଥିକ ଅନାଗ୍ରସର ବର୍ଗ ସମାବେଶ (ବୁଦ୍ଧିଜୀବି ପ୍ରକୋଷ୍ଠ )ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ, ରେମଣ୍ଡା ପଞ୍ଚାୟତ, ମହୁଲପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହିକ କାର୍ଯ୍ୟକ୍ରମରେ ଭୀମସେନ ମଲ୍ଲିକ ସଭାପତିତ୍ୱ କରିଥିଲେ ।  ଆର୍ଥିକ ଅନାଗ୍ରସର ବର୍ଗ ସମାବେଶ ର ସଂଯୋଜକ ତଥା ଜିଲ୍ଲା ସମ୍ପାଦକ ଯଶୋବନ୍ତ ସେଠ୍  ସଂଯୋଜନା କରିଥିଲେ ।  ମିଳନ ସେଟ,ବିପିନ ଭୋସାଗର, ନିରୋଜ ବାରିକ, ମନରଞ୍ଜନ ଭୁଏ, ହରମୋହନ ସେଠ୍ ଯୋଗଦେଇ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ  ୮ ବର୍ଷ ଶାସନ କାଳରେ ଲୋକ ମାନଙ୍କ ର ବ୍ୟାପକ ଭାବେ ଅର୍ଥ ନୈତିକ ଉନ୍ନତି ହୋଇପାରିଛି । ଶିକ୍ଷା ସ୍ୱାସ୍ଥ୍ୟ, ସାମାଜିକ କ୍ଷେତ୍ରରେ ଉନ୍ନତି ସହ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ଯୋଜନା ରେ ସମସ୍ତଙ୍କୁ ଚାଉଳ, ଗହମ  ସୋଭାଗ୍ୟ ଯୋଜନା ରେ ଘରକୁ ବିଦ୍ୟୁତ ସଂଯୋଗ , ସ୍ୱଚ୍ଛ ଭାରତ ଯୋଜନା ରେ ଘରକୁ ପାଇଖାନା ଇତ୍ୟାଦି  ଜନକଲ୍ୟାଣ ଯୋଜନା ଗୁଡିକ ଲୋକଙ୍କ ପାଖକୁ ପହଞ୍ଚାଇବା ସହିତ  ବଞ୍ଚିତ ଥିବା ଜନସାଧାରଣ କିପରି ଭାବରେ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ପାରିବେ ସେ ଉପରେ ଆଲୋକପାତ କରାଯାଇଥିଲା । ଏହି   ସମାବେଶରେ ଶତାଧିକ ମହିଳା, ପୁରୁଷ,ଜନସାଧାରଣ ସାମିଲ ହୋଇଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୬/୬/୨୦୨୨ -----୧୦,୨୫   Sakhigopal News,16/6/2022

Blog Archive

Popular Posts