Breaking News

ତୈଳିକ ବୈଶ୍ୟ ସମାଜ ପକ୍ଷରୁ ରଜ ଉତ୍ସବ ପାଳିତ

The Raj Utsav is celebrated on behalf of the Tailish Vaishya Samaj.

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୋମେଶ୍ୱରପୁର ଉତ୍ତରପଡା ଗ୍ରାମରେ ଏକାଦଶ ସାହି ତୈଳିକ ବୈଶ୍ୟ ସମାଜ ପକ୍ଷରୁ ରଜ ଉତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ବୈଠକରେ ବୈଶ୍ୟ ସମାଜର ଉନ୍ନତି ଏବଂ ଶୃଙ୍ଖଳା ସହିତ ରଜ ର୍ପବ ସମ୍ପର୍କେ ଆଲେଚନା କରାଯାଇଥିଲା ମୁଲକ ହାକିମ ତ୍ରିପାଥ ସାହୁ, ସଭାପତି ବୃନ୍ଦାବନ ସାହୁ, ମନମାଳୀ ବେହେରା, ମଧୁସୂଦନ ବେହେରା, ହରିହର ସାହୁ, ଉତ୍ସବ ସାହୁ ପ୍ରମୁଖ କୈଳିକ, ପରମ୍ପରା ସମ୍ପର୍କରେ ଆଲେଚନା କରିଥିଲେ । ନିରଞ୍ଜନ ସାହୁ, ଭିକାରୀ ବେହେରା ବୈଠକ ପରିଚାଳନା କରିଥିଲେ । ଚନ୍ଦ୍ରଶେଖର ବେହେରା ଏବଂ ଗ୍ରାମାବସୀ ମାନେ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ବରିଷ୍ଠ ନାଗରିକ ବନମାଳୀ ବେହେରା, ଇଶ୍ୱର ସାହୁ ଓ ତ୍ରିନାଥ ସାହୁଙ୍କୁ ଉତ୍ତରୀୟ, ଫୁଲତୋଡା ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ କରାଯାଇଥିଲା । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୬/୨୦୨୨---୯,୧୦  

    Sakhigopal News, 16/6/2022

Blog Archive

Popular Posts