ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ମର୍ଦ୍ଧନା ଉତ୍ସବ
Headmaster Retirement Celebration Ceremony
ସାକ୍ଷୀଗୋପାଳ-----ଶୁକଳ ତୃତୀୟାଦେବ ନୋଡାଲ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ପ୍ରଣବ କୁମାର ମିଶ୍ର ବୁଧବାର ଦିନ ସରକାରୀ ଚାକିରରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ଅତିଥି ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଗୌତମ ଚରଣ ପ୍ରଧାନ, ସିଆରସିସି ରମେଶ ଚନ୍ଦ୍ର ପ୍ରଧାନ କାଶିନାଥ ପରିଡା, ଗୋବିନ୍ଦ ଚନ୍ଦ୍ର ନାୟକ, ଜିଲ୍ଲାପରିଷଦ ସଭ୍ୟ ନାରାୟଣ ରାଉତରାୟ ଓ ସମିତିସଭ୍ୟ ବସନ୍ତ କୁମାର ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ । ଅବସର ଗ୍ରହଣ କରୁଥିବା ପ୍ରଧାନ ଶିକ୍ଷକ ଜଣେ ସଚ୍ଚୋଟ, ପରୋପକାରୀ, ବିଦ୍ୟାଳୟର ଉନ୍ନତି ପାଇଁ ସେ ସବୁ ବେଳେ ଚେଷ୍ଟିତ , ଛାତ୍ର ଛାତ୍ରୀ ମାନଙ୍କୁ ସ୍ନେହ ଦେବା ସହ ଶିକ୍ଷ ଉପରେ ଗୁରୁତ୍ୱ ଦେଉଥିଲେ ବୋଲି ଯୋଗ ଦେଇଥିବା ଅତିଥି ମାନେ ନିଜ ନିଜର ମତପ୍ରକାଶ କରିଥିଲେ । ଅବସର ପରେ ତାଙ୍କ ଜୀବନ ସୁଖମୟ ହେଉବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବିଦାୟ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ମଦ୍ଧିତ କରାଯାଇଥିଲା । ସେହିପରି ବିଦ୍ୟାଳୟର ଛାତଛାତ୍ରୀ ମାନଙ୍କ ପକ୍ଷରୁ ବିଦାୟ ଶିକ୍ଷକଙ୍କୁ ସମ୍ମଦ୍ଧିତ କରାଯାଇଥିଲା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ଶୁଭଶ୍ରୀ ପିୟଦର୍ଶିନୀ । ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଦୁର୍ଗାପ୍ରସାଦ ମହାପାତ୍ର । ଶିକ୍ଷକ କ୍ଷୀରୋଦ କୁମାର ନାୟକ, ଧରିତ୍ରୀ ମିଶ୍ର, ତାପସ ରଞ୍ଜନ ମିଶ୍ର ରିନାମଣି ଦାସ, ଦୁଲଭା ମୁଦୁଲି, ହରପିୟା ନାଥ, ବବିଜା ଜେନା, ଲକ୍ଷ୍ମୀପିୟା ମାନସିଂ, ଅଜୟ କୁମାର ପ୍ରଧାନ, ପ୍ରଦୀପ କୁମାର ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୬/୨୦୨୨---୫,୦୫
Sakhigopal News, 1/6/2022