ସରକାରୀ ସହାୟତା ଅପେକ୍ଷାରେ ସଂଗୀତା,ଚିକିତ୍ସା ପାଇଁ ନାହିଁ ସମ୍ବଳ ; ସହାୟତର ହାତ ବଢ଼ାଇଲେ ସ୍ଥାନୀୟ ଯୁବକ
Music, no resources for treatment, waiting for government assistance; The local youth extended a helping hand.
ଜଟଣୀ ------ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୯ ନଂ ୱାର୍ଡ ଲୋକକୋଲନି ଅଞ୍ଚଳର ବି. କ୍ରିଷ୍ଣା ରେଡିଙ୍କ କନ୍ୟା ବି. ସଂଗୀତା (୨୫ )ଙ୍କ ପ୍ରଥମେ ଗୋଡ ଫୁଲିବା ଏବଂ ଯନ୍ତ୍ରଣା ଯନ୍ତ୍ରଣା ଅନୁଭବ କଲେ । ଯେତେ ଔଷଧ ସେବନ କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଅନେକ ପରୀକ୍ଷା ନିରୀକ୍ଷା ପରେ ରକ୍ତ କର୍କଟ ରୋଗ ଜଣାପଡିବା ପରେ ବର୍ତ୍ତମାନ ଏକ ଘରୋଇ ମେଡିଲାକାଲରେ ଚିକିତ୍ସା ଧୀନ ଅଛନ୍ତି । ଆର୍ଥିକ ଅବସ୍ଥା ସ୍ୱଚ୍ଛ ନଥିବା ଯୋଗୁଁ ଚିକିତ୍ସାରେ ବାଧକ ସାଜୁଛି ଅର୍ଥ । ମୁଲ ଲାଗିଲେ ପରିବାର ଚଳେ । ପାଖରେ ଯାହା ଟଙ୍କା ଥିଲା ମେଡିକାଲ ଖର୍ଚ୍ଚରେ ସରିଗଲା । ବର୍ତ୍ତମାନ ଡାକ୍ତର ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପାଇଁ ୧୫ ଲକ୍ଷ ଟଙ୍କା ପରିବାର ପକ୍ଷରୁ ଯୋଗାଡ଼ କରିବାକୁ କହିଛନ୍ତି । ମାତ୍ର ପରିବାର ପକ୍ଷରୁ ଏତେ ଟଙ୍କା ଯୋଗାଡ କରିବା ସମ୍ଭବ ପର ହେଉନାହିଁ । ସଂଗୀତାର ଯନ୍ତ୍ରଣା ସହ୍ୟ ନ ଦେଖି ପାରି ସହାୟତାରେ ହାତ ବଢ଼ାଇଛନ୍ତି ସ୍ଥାନୀୟ କେତକ ଯୁବକ । ସେମାନେ କିଛି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ଅର୍ଥ ଯୋଗାଡରେ ଚେଷ୍ଟା ଜାରି ରଖିଛନ୍ତି ସ୍ଥାନୀୟ ଯୁବ ଗୋଷ୍ଠୀ । ଝିଅର ଚିକିତ୍ସା ପାଇଁ ଅନ୍ୟ ପାଖରେ ସାହାଯ୍ୟର ହାତ ପତାଉଛନ୍ତି ପରିବାର ଲୋକେ । ଟଙ୍କା ଅଭାବରୁ ଚିକିତ୍ସା କରାଇପାରୁ ନ ଥିବା ବେଳେ ସରକାରୀ ସହାୟତା ଅପେକ୍ଷାରେ ପରିବାର । ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆକାଉଣ୍ଟ ନଂ -3673108004416, IFC କୋଡ଼ -CNRB0003673
କାନାଡ଼ା ବ୍ୟାଙ୍କ, ଜଟଣୀ କିମ୍ବା ଫୋନ ପେ ଆକାଉଣ୍ଟ ନଂ -8260527661 ରେ କିଛି ଆର୍ଥିକ ସାହାଯ୍ୟ କରିବାକୁ ପରିବାର ଲୋକଙ୍କ ବିନମ୍ର ଅନୁରୋଧ କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୫/୨୦୨୨----୬,୨୫ Sakhigopal News,15/5/2022