Breaking News

ଦେଶୀ ମଦ ଜବତ ଜଣେ ଗିରଫ

 Indigenous man arrested for trying to seduce a minor

ସାକ୍ଷୀଗୋପାଳ-----ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସଦଳବଳେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଚୋରା ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଏବେ କଡା ନଜର ପଡିଛି । ଶ୍ରୀ ବେହେରା ଏହି ଥାନାରେ ଯୋଗ ଦେବା ପରଠାରୁ  ଚୋରା ନିଶା କାରବାର କରୁଥିବା ବ୍ୟକ୍ତି ମାନେ ଏବେ ଶାନ୍ତିରେ ବେପାର କରି ପାରୁନାହାନ୍ତି । କୌଣସି ସୁତ୍ରରୁ ଖବର ପାଇ  ବୀରରାମଚନ୍ଦ୍ରପୁର ଭୋଇସାହିରେ ଅଚାନକ ବାବୁଲା ଭୋଇଙ୍କ ଘର ଉପରେ ଚଡାଉ କରି ୫ ଲିଟର ଦେଶୀମଦ ଜବତ କରାଯାଇଥିବା ଆଇଆଇସି ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି । ଥାନା ଏଏସଆଇ କୃଷ୍ଣଚନ୍ଦ୍ର  ବେହେରାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା କେସନଂ୧୫୦/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୫/୨୦୨୨----୩,୧୦ 

Sakhigopal News. 16/5/2022

Blog Archive

Popular Posts