ବ୍ରାହ୍ମଣପଡା ଗ୍ରାମରେ ରୁଦ୍ର ମହାଯଜ୍ଞ
Rudra Mahayagya in Brahmanpada village.
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମପଞ୍ଚାୟତର ବାହ୍ମଣପଡା ଗ୍ରାମରେ ଥିବା ବାବା ବାଲୁଙ୍କେଶ୍ୱ ଦେବଙ୍କ ପୀଠ ପରିସରରେ ରୁଦ୍ର ମହାଯଜ୍ଞ ଅନୁଷ୍ଡିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ପାଖରେ ଥିବା ଭାର୍ଗବୀ ନଦୀରୁ ଗ୍ରାମର ପାୟ ୫୦ ଜଣ ମହିଳା ପୁରୁଷ ଓ ଛୋଟ ପିଲା କଳସ ବୁଡାଇ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ପଣ୍ଡିତଙ୍କ ଦ୍ୱାରା ଅଭିମନ୍ତ୍ରିତ କଳସକୁ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ସୂର୍ଯ୍ୟପୂଜା, ଗୋ ପୂଜା, ସାଲପୂଜା ସହିତ ରୁଦ୍ରାଭିଷେକ, ମହାମୃତୁଞ୍ଜୟ ମନ୍ତ୍ର ପାଠ କରାଯାଉଛି । ପଣ୍ଡଇତ ବିଜୟ କୁମାର ମହାପାତ୍ର ଓ ତାଙ୍କ ସାଥୀ ମାନଙ୍କ ଦ୍ୱାରା ଯଜ୍ଞ କରାଯାଉଛି । କର୍ତ୍ତାଭାବେ ଭାତ ମହାପାତ୍ର ରହିଥିବା ବେଳେ କର୍ତ୍ତୀ ଭାବେ ଇନ୍ଦୁ ମହାପାତ୍ର ରହିଛନ୍ତି । ଏହି ଅବସରରେ ଗ୍ରାମରେ ଏକ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗ୍ରାମବାସୀ ଓ ଗ୍ରାମର ଯୁବକ ମାନଙ୍କ ସହଯୋଗରେ ୧୧ ବର୍ଷ ଧରି ଯଜ୍ଞ ଚାଲିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୫/୨୦୨୨ --- ୩,୨୦ Sakhigopal News, 15/5/2022