Breaking News

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

The old man was seriously injured in the bear attack.


ଭଞ୍ଜନଗର - ଜଙ୍ଗଲକୁ ଜାଳକାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ବୁଦା ମୂଳରେ ଛପି ରହିଥିବା ଏକ ଭାଲୁ ଅତର୍କିତ ଆକ୍ରମଣ କରିବାରୁ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ  ଢୋଲପିଟା ବନାଞ୍ଚଳ ର ଆମ୍ବଝରି ଜଙ୍ଗଲ ରେ ଘଟିଛି ଏଭଳି ଘଟଣା ।  ଆହତ ବ୍ୟକ୍ତି ଜଣକ  ହେଲେ ତାରାସିଂ ଥାନା ଅନ୍ତର୍ଗତ ଗୋପଦର ଗ୍ରାମର ପ୍ରମୋଦ ଭୋଇ ।  ଖବର ନେବାରେ ଜଣାପଡିଛି  ପ୍ରମୋଦ ସୋମବାର  ସକାଳୁ ଆମ୍ବଝରି ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ଜଙ୍ଗଲ ରେ ଏକ ବୁଦା ମୂଳରୁ ହଠାତ ଏକ ଭାଲୁ  ଆସି  ପ୍ରମୋଦକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା ।  ଘଟଣା ସ୍ଥଳରେ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଙ୍ଗଲ ଭିତରେ ହିଁ ପଡିରହିଥିଲେ । ଦୀର୍ଘ ସମୟ ଧରି ପ୍ରମୋଦ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲ ଭିତରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଧାର କରିବା ସହ ଖଟିଆରେ  ଦେଳାକରି  ଗାଁ ନିକଟ କୁ ଆଣିଥିଲେ । ଏବଂ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ  ପ୍ରଥମେ ଗାଲେରୀ ଓ ପରେ ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା ।  ସେଠାରେ ପ୍ରମୋଦ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର  କରାଯାଇଛି । ବନାଞ୍ଚଳ ଅଧିକାରୀ ଶିବରାମ  ନାୟକ , ବନପାଳ ବବୁଲୁ ସେଠୀ ଏବଂ ବନରକ୍ଷୀ ସୁକାନ୍ତି ସାବତ ପ୍ରମୁଖ , ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ପ୍ରମୋଦଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ କିଛି ଆର୍ଥକ ସାହାଯ୍ୟ କରିଥିଲେ ।  ଏହା ସହ  ସରକାରଙ୍କ ନିୟମ ଅନୁସାରେ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୫/୨୦୨୨---୬,୩୫ Sakhigopal News,9/5/2022

Blog Archive

Popular Posts