ବାଇକ୍ ଚୋରି ଅଭିଯୋଗରେ; ଜଣେ ଗିରଫ, ୨ ଫେରାର
On charges of bike theft; One arrested, two returned.
ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ପ୍ରଶାନ୍ତ କୁମାର ଦିହୁଡିଙ୍କ ବାଇକ୍ ଚୋରି ଅଭିଯୋଗରେ ତାରସିଂ ଥାନା ପୋଲିସ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ୍ କୁ ଉଧାର କରିଛି । ଏଥିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଫେରାର ଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି । ଖବର ନେବାରେ ଜଣାପଡିଛି ପ୍ରଶାନ୍ତ ପ୍ରାତଃ ଭ୍ରମଣରୁ ଫେରି ଘର ଆଗରେ ବାଇକ୍ ଟି ରଖି ଘରକୁ ଯାଇଥିଲେ । କିନ୍ତୁ ବାଇକ୍ ରୁ ଚାବି ବାହାର କରିବାକୁ ଭୁଲି ଯାଇଥିଲେ । ଏହି ସମୟରେ ଉକ୍ତ ଗ୍ରାମର ରତ୍ନାକର ଦିହୁଡ଼ି, ଶୁଭମ ପାତ୍ର ଓ ରମେଶ ସ୍ବାଇଁ ମିଶି ଗରୁଡପଥର ଗ୍ରାମକୁ ଭୋଜି ଖାଇବାକୁ ଯାଉଥିଲେ । ପ୍ରଶାନ୍ତର ଘର ସମ୍ମୁଖରେ ଥିବା ବାଇକ୍ ରେ ଚାବି ଲାଗିଥିବାର ଦେଖି ୩ ଅଭିଯୁକ୍ତ ବାଇକ୍ ଟି ଧରି ଚମ୍ପଟ ମାରିଥିଲେ । ଏହି ଘଟଣାକୁ ନେଇ ପ୍ରଶାନ୍ତ ତାରସିଂ ଥାନାରେ ଅଭିଯୋଗ କରିବା ପରେ , ତାରସିଂ ଥାନା ପୋଲିସ ୧୩୯/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଏହି ଘଟଣା ବିଷୟରେ ପୁଲିସ କୈଣସି ସୁତ୍ରରୁ ଖବର ପାଇ ଗରୁଡପଥର ଗ୍ରାମରେ ଚଢାଉ କରି ଚୋରି ହେଇଥିବା ବାଇକ୍ କୁ ଜବତ କରିବା ସହ ଅଭିଯୁକ୍ତ ରତ୍ନାକର ଦିହୁଡି କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଫେରାର ଥିବା ୨ ଅଭିଯୁକ୍ତକୁ ଅତିଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୫/୨୦୨୨ ---୮,୩୦ Sakhigopal News,9/5/2022