ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ଭଞ୍ଜନଗର----ଭଙ୍ଗାନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପସ୍ଥିତ ରହି ସର୍ବପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ସମୁଦାୟ ୨୯ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଗ୍ରହଣ କରିଥିଲେ । ଦିବ୍ୟାଙ୍ଗମାନଙ୍କ ନିକଟରୁ ୧୩ଟି ଅଭିଯୋଗ ପତ୍ର ଆସିଥିବା ବେଳେ ୧୬ଟି ସାଧାରଣ ଅଭିଯୋଗପତ୍ର ଗ୍ରହଣ କରାଯାଇଛି ।
ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ବି.ଡ଼ି.ଓ. ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ପି.ଏଚ.ଡ଼ି. ଏସଡିଓ ବିନୟ କୁମାର ସାହୁ, ଉପଖଣ୍ଡ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୀତାଂଶୁ କୁମାର ଶତପଥୀ, ସହାୟକ ଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, ଏଷ୍ଟାବ୍ଲିସମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ସବର ଏବଂ ଉପଖଣ୍ଡର ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ଜନଶୁଣାଣୀ ରେ ଅଂଶ ଗ୍ରହଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୫/୨୦୨୨----- ୬,୧୫ Sakhigopal News,9/5/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୯/୫/୨୦୨୨----- ୬,୧୫ Sakhigopal News,9/5/2022