ପୁରୀ ମନ୍ଦିର ପରି ସାକ୍ଷୀଗୋପିନାଥ ମନ୍ଦିର ଝଲସିବ
The Sakshigopinath temple will shine like the Puri temple.
ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପୁରୀ ମନ୍ଦିର ପରି ଚତୁପାଶ୍ୱର୍ ଝଲକି ଉଠିବ । ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ରହିଛନ୍ତି । ଏପରିକି ଏହି କାମ ଏନ,ବି,ସି,ସି ସଂସ୍ଥା ନେଇଥିବା ଜଣାପଡିଛି । ବହୁ ଶିଘ୍ର ମନ୍ଦିର ଚତୁପାଶ୍ୱର୍ରେ ଥିବା ଘର , ଦେକାନ ଗୃହ ଗୁଡିକ ଉଛେଦ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମନ୍ଦିର ନିକଟ ଯାତ୍ରୀନିବାସରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ଠାରୁ ସୁଚନା ଦେଇଛନ୍ତି । ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକତା ରହିଛି ବୋଲି ବିଧାୟକ କହିଥିଲେ । ଏହି ବୈଠକରେ ତହସିଲଦାର ଜୟନ୍ତ କୁମାର ଜୟସିଂ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ବିଜୟ କେତନ ବେହେରା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ , ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଯୋଗ ଦେଇଥିଲେ । ଏହି ଆଲେଚନାରେ ସାକ୍ଷୀଗୋପିନାଥ ମନ୍ଦିର ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ନନ୍ଦଙ୍କ ସହିତ ଅନ୍ୟ ସଦସ୍ୟ, ବିଭିନ୍ନ ଜନପ୍ରତିନିଧି, ସେବାୟ୍୍ତ ଓ ଜନସାଧାରଣ ଯୋଗ ଦେଇ ଏ ସମ୍ପର୍କରେ ମତା ମତ ଦେଇଥିଲେ । ବିଶେଷ କରି କିଛି ସେବାୟତ ମାନେ ଅଭିଯୋଗ ଆଣିଥିଲେ ଯେ ସେମାନେ କାହିଁ କେଉଁ କାଳରୁ ମନ୍ଦିର ନିକଟରେ ରହି ଆସିଛନ୍ତି । ସେମାନଙ୍କୁ ଉଛେ୍ଦ କରିବା ଆଗରୁ ସେମାନଙ୍କୁ ଘର ଯୋଗାଇ ଦିଆଯାଉ ବୋଲି ବିଧାୟକଙ୍କୁ କହିଥିଲେ । ସେହିପରି ସେବାୟତ ମାନଙ୍କର ଶଶ୍ମାନ ଓ ରାଧାକୁଣ୍ଡ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନକୁ ଯାଇଛି । ତେଣୁ କିପରି ପୋଖରି ଠାୁକରଙ୍କ ନୀତିକାନ୍ତି ହେବା ସହ ଜନସାଧାରଣ ବ୍ୟବହାର କରି ପାରିବେ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା । ସେହିପରି ପଞ୍ଚସଖା ଖେଳ ପଡିଆ ଆଦି ବିସୟରେ ଆଲେଚନା କରିବା ସହ ଉକ୍ତ ସ୍ଥାନକୁ ଯାଇଥିଲେ । ସେଠାରେ ଓବିସିସିର ନିର୍ବାହୀଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ସହକାରୀ ଯନ୍ତ୍ରୀ ଗିରିଜା ଶଙ୍କର ନାୟକ ବିଧାୟକ, ବିଡିଓ, ତହସିଲଦାରଙ୍କ ସହିତ ବ୍ଳକ ଅଧ୍ୟକ୍ଷଙ୍କୁ ସେମାନଙ୍କୁ ଦିଆଯାଇଥିବା ଜମି ର ନକ୍ସା ଓ ସେମାନଙ୍କର ପ୍ଳାନ ଦେଖାଇଥିଲେ । ପଞ୍ଚସଖା ପଡିଆରେ ଥିବା ମୁକ୍ାକାଶ ରଙ୍ଗମଞ୍ଚ ପଛକୁ ଘୁଞ୍ଚି ଆସିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ସେହିପରି ସେମାୟତ ମାନଙ୍କ ପାଇଁ ଶଶ୍ମାନ ଓ ଜୟପୁର ପଞ୍ଚାୟତରେ ହେବଚୁ ଥିବା ମାର୍କେଟ କ୍ଳମ୍ପେସ୍କ ବିଧାୟକଙ୍କ ସହିତ ବ୍ଳକ ଅଧ୍ୟକ୍ଷ , ଅଧିକାରୀ ଓ ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ ବୁଲିକି ଦେଖିଥଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୫/୫/୨୦୨୨--୮,୪୦